କନକ ବ୍ୟୁରୋ : ନିର୍ବାଚନ ସ୍ଵଚ୍ଛତାକୁ ନେଇ ବଡ ଅଭିଯୋଗ ଆଣିଲେ ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର। ଇଭିଏମ୍ ଓ ଇସିଆଇର ସ୍ୱଚ୍ଛତାକୁ ନେଇ ଉଠାଇଲେ ପ୍ରଶ୍ନ । କହିଲେ ଭୋଟ ଦିନ ପଡିଥିବା ଭୋଟ ଓ ଗଣତି ଦିନ କାଉଁଣ୍ଟିଂ ହୋଇଥିବା ଭୋଟ୍ ଭିତରେ ୫କୋଟିର ବ୍ୟବଧାନ ଅଛି । ୫୪୧ଟି ଆସନ ୫୩୮ଟି ଆସନରେ ଭୋଟର ବ୍ୟତିକ୍ରମ ଦେଖା ଦେଇଛି । ୭୯ଟି ସାଂସଦ କ୍ଷେତ୍ରରେ ଫଳାଫଳ ଭିନ୍ନ ହୋଇଥାନ୍ତା ଓ ଓଡିଶାର ୧୮ଟି ଆସନରେ ବି ନିର୍ବାଚନ ଫଳାଫଳ ଅଲଗା ହୋଇଥାନ୍ତା । ଏହି ଫଳାଫଳ ହୋଇଥିଲେ ବିଜେପି କେନ୍ଦ୍ରରେ ସରକାରରେ ନଥାନ୍ତା ।

Advertisment

ଇଭିଏମ୍ ଓ ଇସିଆଇଙ୍କ ସ୍ଵଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର । ଗଣତନ୍ତ୍ର ପ୍ରତି ବିଜେପିର ଏହା ଷଡଯନ୍ତ୍ର। ଇଭିଏମ ଜାଲିଆତି ନେଇ ଗୁରୁତ୍ଵପୂର୍ଣ୍ଣ ଅଭିଯୋଗ କଲେ ଲେଖାଶ୍ରୀ ।