ଡଲଫିନଙ୍କ ଜୀବନ ବିପଦରେ ! କେବଳ ଚିଲିକାରେ ୨ ମାସରେ ମଲେଣି ୫

ଡଲଫିନଙ୍କ ଜୀବନ ବିପଦରେ ! କେବଳ ଚିଲିକାରେ ୨ ମାସରେ ମଲେଣି ୫
କନକ ବ୍ୟୁରୋ : ଆନ୍ତର୍ଜାତିକ ପର୍ଯ୍ୟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ଚିଲିକା ହ୍ରଦର ଭିନ୍ନ ଏକ ଆକର୍ଷଣ ହେଉଛି ଏଠାରେ ଥିବା ବିରଳ ପ୍ରଜାତିର ଇରାୱାଡି ଡଲଫିନ। ପ୍ରତିଦିନ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଏହି ବିରଳ ଡଲଫିନ ଦେଖିବାକୁ ଆସିଥାନ୍ତି। କିନ୍ତୁ ବିଭିନ୍ନ କାରଣରୁ ଏବେ ଡଲଫିନଙ୍କ ଜୀବନ ବିପଦରେ । ଡଲଫିନ୍ ପାଇଁ ନିଆଯାଇଥିବା ଅଭୟାରଣ୍ୟ ପ୍ରସ୍ତାବ ଆଜି ମଧ୍ୟ କାର୍ଯ୍ୟକାରୀ ହୋଇ ନ ଥିବାବେଳେ ଗୋଟିଏ ପରେ ଗୋଟିଏ ଡଲଫିନର ଜୀବନ ଯିବାରେ ଲାଗିଛି। ଗତ ୨ ମାସରେ ୫ଟି ଡଲଫିନ୍ ମରିଥିବା ବନ ବିଭାଗର ତଥ୍ୟରୁ ଜଣାପଡ଼ିଛି।
publive-imageଚିଲିକାରେ ଚାଲୁଥିବା ମୋଟର୍ ବୋଟ୍ରୁ ନିର୍ଗତ ତୈଳ ଏହାର ଜଳରାଶିକୁ ପ୍ରଦୂଷିତ କରୁଥିବା ସହିତ ପର୍ଯ୍ୟଟକଙ୍କୁ ଅତି ପାଖରୁ ଡଲଫିନ୍ ଦେଖାଇବା ପାଇଁ ବୋଟ୍ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ତେଣୁ ଅନେକ ସମୟରେ ବୋଟ୍ ଆଘାତରେ ଡଲଫିନ୍ ମରୁଥିବା ନେଇ ପରିବେଶ ବିତମାନେ ଚିନ୍ତା ପ୍ରକଟ କରିଛନ୍ତି। ସେହିପରି ଚିଲିକାରେ ବେଆଇନ ଭାବେ ହେଉଥିବା ଚିଙ୍ଗୁଡି ଚାଷ ପାଇଁ ରାସାୟନିକ ସାର ପ୍ରୟୋଗ କରାଯାଉଛି। ଏହା ଚିଲିକା ପାଣିକୁ ଦୂଷିତ କରୁଥିବାରୁ ଡଲଫିନଙ୍କ ପାଇଁ ବିପଦ ବଢ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe