ଚୀନରେ କରୋନାର କରୁଣ କାହାଣୀ । ୧୫ ସେକେଣ୍ଡ ପାଇଁ ଆକ୍ରାନ୍ତଙ୍କ ପାଖରେ ଠିଆ ହୋଇଥିଲେ ବୋଲି ଡେଇଁଲା କରୋନା ଭୂତାଣୁ

927

କନକ ବ୍ୟୁରୋ : ଚୀନରେ ବ୍ୟାପୁଥିବା ଭୟଙ୍କର ଭୂତାଣୁ କରୋନାର ଭୟାବହତା କେତେ ତାହା ଏବେ ସାରା ବିଶ୍ୱ ଜାଣିବାକୁ ପାଇଲାଣି । ମହାମାରୀ ପରି ଏହା ଏବେ ଚୀନରେ ବ୍ୟାପିବାକୁ ଲାଗିଛି । ଏହା ମଧ୍ୟରେ ଚୀନରୁ କରୋନାକୁ ନେଇ ଖବର ଆସିଛି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେବ । ମାତ୍ର ୧୫ ସେକେଣ୍ଡରେ ଜଣେ ଭଲ ଲୋକଙ୍କୁ ସଂକ୍ରମିତ ହୋଇଗଲା କରୋନା ଭୂତାଣୁ । ଏହି ଘଟଣା ହେଉଛି ଦକ୍ଷିଣ ପୂର୍ବ ଚୀନର ସୁଆଙ୍ଗଡୋଙ୍ଗଫେଙ୍ଗ ସହରର । ବଜାରରୁ ସାମଗ୍ରୀ କିଣିବା ସମୟରେ ସୁସ୍ଥ ବ୍ୟକ୍ତି ଜଣକ କରୋନା ଆକ୍ରାନ୍ତ ଜଣେ ମହିଳାଙ୍କ ନିକଟରେ ମାତ୍ର ୧୫ ସେକେଣ୍ଡ ପାଇଁ ମାସ୍କ ନପିନ୍ଧି ଠିଆ ହୋଇଥିଲେ ।

ବାସ୍ ଏହା ପରେ ତାଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିଯାଇଛି । ଚୀନରେ କରୋନା ସଂକ୍ରମିତ ଏହି ବ୍ୟକ୍ତିଙ୍କୁ ୫ ନଂବର ରୋଗୀ ଭାବେ ଚିହ୍ନଟ କରାଯାଇଛି । ସେ ୨ ନଂବର ରୋଗୀଙ୍କ ନିକଟରେ ସୁଆଙ୍ଗଡୋଙ୍ଗଫେଙ୍ଗ ସହରରେ ମାତ୍ର ୧୫ ସେକେଣ୍ଡ ପାଇଁ ଠିଆ ହୋଇଥିଲେ । ଜିଆଙ୍ଗବେଇ ସ୍ୱାସ୍ଥ୍ୟ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ସେପଟେ ୨ ନଂବର ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି ଚୀନ ସରକାର । ଏହି ସମସ୍ତ ଲୋକଙ୍କୁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥାରେ ରଖାଯିବ ବୋଲି ସୂଚନା ରହିଛି ।