ଇମ୍ରାନଙ୍କ କାଶ୍ମୀର ପଲିସିକୁ ଶକ୍ତ ଝଟକା : ପିଓକେରେ ଡାକ୍ତରୀ ପଢିଥିବା ଛାତ୍ରଛାତ୍ରୀଙ୍କୁ ଭାରତରେ ମିଳିବ ନାହିଁ ଅଭ୍ୟାସ ଅନୁମତି, ଏମସିଆଇ ଜାରି କଲା ନୋଟିସ; ଶିକ୍ଷା ବାହାନାରେ କାଶ୍ମୀର ଯୁବକଙ୍କୁ ଆତଙ୍କବାଦୀ ସଜାଉଥିଲା ପାକିସ୍ତାନ

Advertisment
ଇମ୍ରାନଙ୍କ କାଶ୍ମୀର ପଲିସିକୁ ଶକ୍ତ ଝଟକା : ପିଓକେରେ ଡାକ୍ତରୀ ପଢିଥିବା ଛାତ୍ରଛାତ୍ରୀଙ୍କୁ ଭାରତରେ ମିଳିବ ନାହିଁ ଅଭ୍ୟାସ ଅନୁମତି, ଏମସିଆଇ ଜାରି କଲା ନୋଟିସ; ଶିକ୍ଷା ବାହାନାରେ କାଶ୍ମୀର ଯୁବକଙ୍କୁ ଆତଙ୍କବାଦୀ ସଜାଉଥିଲା ପାକିସ୍ତାନ

କନକ ବ୍ୟୁରୋ : ପାଠ ବାହାନାରେ ମନରେ ବିଷ ଗୋଳୁଥିବା ପାକିସ୍ତାନର ଷଡଯନ୍ତ୍ରକୁ ପଣ୍ଡ କରିଦେଇଛି ଭାରତ । ପାକିସ୍ତାନ ଅଧିକୃତ କାଶ୍ମୀରରେ ଡାକ୍ତରୀ ପଢିଥିବା ଛାତ୍ରଛାତ୍ରୀ ଭାରତରେ ଅଭ୍ୟାସ କରିପାରିବେ ନାହିଁ । ଏନେଇ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଏକ ପବ୍ଲିକ ନୋଟିସ ଜାରି କରାଯାଇଛି । ପିଓକେ ମେଡିକାଲ କଲେଜର ଡାକ୍ତରୀ ପ୍ରମାଣପତ୍ରକୁ ଭାରତ ସ୍ୱୀକୃତୀ ଦେବ ନାହିଁ । ଅର୍ଥାତ ପିଓକେରେ ଡାକ୍ତରୀ ଡିଗ୍ରୀ ପାଇଥିବା ଛାତ୍ରଛାତ୍ରୀଙ୍କୁ ଭାରତରେ ଆଧୁନିକ ଚିକିତ୍ସା ପଦ୍ଧତିର ଅଭ୍ୟାସ କରିବା ପାଇଁ ଅନୁମତି ମିଳିବ ନାହିଁ । ଏମସିଆଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଜାମ୍ମୁକାଶ୍ମୀର ଓ ଲଦାଖ ଭାରତର ଅଭିନ୍ନ ଅଙ୍ଗ । ହେଲେ ପାକିସ୍ତାନ କିଛି ଅଂଶକୁ ବଳପୂର୍ବକ କବଜା କରି ରଖିଛି । ତେଣୁ ପିଓକେର ମେଡିକାଲ କଲେଜରେ ଡାକ୍ତରୀପାଠ ପଢିଥିବା କୌଣସି ବ୍ୟକ୍ତିଙ୍କୁ ଭାରତରେ ଆଧୁନିକ ଚିକିତ୍ସା ପଦ୍ଧତି ଅଭ୍ୟାସ କରିପାରିବେ ନାହିଁ ।ପିଓକେରେ ଡାକ୍ତରୀ ପଢିଥିବା ପିଲା ମେଡିକାଲ କାଉନସିଲ ଆକ୍ଟ ୧୯୫୬ ଅନୁସାରେ ଡାକ୍ତରୀ ଅଭ୍ୟାସ ପାଇଁ ପଞ୍ଜିକରଣ କରିବାକୁ ହକଦାର ନୁହଁନ୍ତି । ଏମସିଆଇର ଏହି ଘୋଷଣା ଜାମ୍ମୁକାଶ୍ମୀର ହାଇକୋର୍ଟଙ୍କ ନିର୍ଦ୍ଦେଶର ଏକ ମାସ ପରେ ଆସିଛି । ଯେଉଁଥିରେ ପିଓକେର ପଢୁଥିବା ଡାକ୍ତରୀ ଛାତ୍ରଙ୍କୁ ଭାରତରେ ମେଡିସିନ ପ୍ରାକ୍ଟିସ ପାଇଁ ଅନୁମତି ଦିଆଯିବ ନା ନାହିଁ ସେ ନେଇ ଏମସିଆଇ ଓ ବିଦେଶ ମନ୍ତ୍ରାଳୟକୁ ସମୀକ୍ଷା କରିବାକୁ କହିଥିଲେ ।

ସେପଟେ ଗତ ଫେବୃୟାରିରେ ପାକ ପ୍ରଧାନମନ୍ତ୍ରୀ କାଶ୍ମୀରର ୧୬ଶହ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ ଦେବାକୁ ଘୋଷଣା କରିଥିବା ବେଳେ ଏମସିଆଇର ଏହି ଘୋଷାଣା କରିଛି । ଅନ୍ୟପଟେ ସୁରକ୍ଷା କର୍ମୀଙ୍କ କହିବା କଥା ପିଓକେକୁ ପାଠ ପଢିବାକୁ ଯାଉଥିବା ଅଧିକାଂଶ ଛାତ୍ର ଟେରର କ୍ୟାମ୍ପରେ ତାଲିମ ନେଇ ଫେରୁଛନ୍ତି । ପାକିସ୍ତାନ ଶସ୍ତାରେ ଶିକ୍ଷାର ପ୍ରଲୋଭନ ଦେଖାଇ କାଶ୍ମୀର ଯୁବକଙ୍କୁ ନେଇ ଆତଙ୍କବାଦୀ କରି ଭାରତ ପଠାଉଛି । ତେଣୁ ପିଓକେ ସହ ପାକିସ୍ତାନ ୟୁନିର୍ଭସିଟିରୁ ଡିଗ୍ରୀ ପାଇଥିବା ଛାତ୍ରଛାତ୍ରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe