କନକ ବ୍ୟୁରୋ: ଇମ୍ରାନ ଖାନଙ୍କୁ ଉତ୍ତରପ୍ରଦେଶ ଦେଖାଯାଉଛି ବାଂଲାଦେଶରେ । ଏକଥା ଆମେ କହୁନୁ , ଇମ୍ରାନ ଖାନଙ୍କ ଏକ ଟୁଇଟ୍ ଏବେ ଏହି ଚର୍ଚ୍ଚା ସୃଷ୍ଟି କରିଛି । ବାଂଲାଦେଶ ରାଜଧାନୀ ଢାକାର ୭ ବର୍ଷ ତଳର ଏକ ପୁରୁଣା ଭିଡିଓକୁ ଉତ୍ତରପ୍ରଦେଶର ବୋଲି କହି ଟୁଇଟ କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ  । ଏହାକୁ ଯୋଡି ଦେଇଥିଲେ ଭାରତରେ ଦେଖା ଦେଇଥିବା ନାଗରିକତା ସଂଶୋଧନ ଆଇନ ବିରୋଧରେ ହିଂସାକାଣ୍ଡ ସହିତ । ଆଶାଥିଲା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଙ୍କୁ ଏଥିରୁ ଅନ୍ତର୍ଜାତୀୟ ସ୍ତରରେ ଭାରତ ବିରୋଧରେ କିଛି ବାହାବା ମିଳିବ । ସାରା ବିଶ୍ୱକୁ ସେ ପୁଣି ଥରେ ଭାରତକୁ ନେଇ ଆଉ ଏକ ମିଛ ଅପପ୍ରଚାର କରିବାରେ ସଫଳ ହୋଇପାରିବେ ।

Advertisment

publive-image

ହେଲେ ଏଥର ସୋସିଆଲ୍ ମିଡିଆରେ ଇମ୍ରାନ ଖାନଙ୍କ ଏହି ଭାରତ ବିରୋଧୀ ଅପପ୍ରଚାର ତାଙ୍କୁ ମହଙ୍ଗା ପଡିଛି । କାରଣ ଜଣାପଡିଛି ଏହି ଭିଡିଓଟି ଥିଲା ୭ ବର୍ଷ ତଳର । ବାଂଲାଦେଶର ଢାକାର । ଯାହାକୁ ଇମ୍ରାନ ଦର୍ଶାଇଥିଲେ ଉତରପ୍ରଦେଶରେ ଭାରତୀୟ ପୋଲିସ ମୁସଲମାନ ନାଗରିକଙ୍କ ଉପରେ ଅତ୍ୟାଚାର କରୁଛି । କାରଣ ଭିଡିଓରେ ସାଧାରଣ ଲୋକଙ୍କୁ ପୋଲିସ ପିଟୁଥିବାର ଚିତ୍ର ରହିଥିଲା । ତେବେ ଇମ୍ରାନଙ୍କ ଟୁଇଟରେ ଏହାକୁ ନେଇ ଜୋରଦାର ପ୍ରତିକ୍ରିୟା ଆସିବା ପରେ ବାଧ୍ୟ ହୋଇ ସେ ଏହାକୁ ଡିଲିଟ୍ କରି ଦେଇଛନ୍ତି । ପୁରୁଣା ଭିଡିଓ, ଯାହା ଭାରତର ନୁହଁ ତାକୁ ଭାରତ ସହିତ ଯୋଡି ଅପପ୍ରଚାର କରିବାକୁ ଇମ୍ରାନ ଉଦ୍ୟମ କରୁଥିବାରୁ ତୀବ୍ର କଟାକ୍ଷର ଶିକାର ହେବାକୁ ପଡିଛି ।