ଟିକା ନେବାର ୩ ଦିନ ମଧ୍ୟରେ କରୋନା ଆକ୍ରାନ୍ତ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌

Advertisment
ଟିକା ନେବାର ୩ ଦିନ ମଧ୍ୟରେ କରୋନା ଆକ୍ରାନ୍ତ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌

କନକ ବ୍ୟୁରୋ‌: କରୋନା ଭାଇରସ୍‌ ଟିକା ନେବାର ୩ ଦିନ ମଧ୍ୟରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ସେ ଗତ ୧୮ ତାରିଖରେ କରୋନା ଭାଇରସ୍‌ ଟିକା ନେଇଥିବା ବେଳେ ଆଜି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜାତୀୟ ସ୍ବାସ୍ଥ୍ୟ ସେବା, ନିୟନ୍ତ୍ରଣ ଏବଂ ସଂଚାଳନ ବିଭାଗର ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସହକାରୀ ଫୈଜଲ୍‌ ସୁଲତାନ ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କରୋନା ପଜିଟିଭ୍‌ ହୋଇଛନ୍ତି ଓ ସେ ନିଜକୁ ପୃଥକ କରି ରଖିଛନ୍ତି।

ଗତ ୧୮ ତାରିଖରେ ମିନିଷ୍ଟ୍ରି ଅଫ୍‌ ନେସ୍‌ନାଲ୍‌ ହେଲ୍‌ଥ ସର୍ଭିସ, ପାକିସ୍ତାନ ପକ୍ଷରୁ ଟ୍ବିଟ୍‌ କରାଯାଇ ସୂଚନା ଦିଆଯାଇଥିଲା ଯେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ କରୋନା ଟିକାର ପ୍ରଥମ ଡୋଜ୍‌ ଗ୍ରହଣ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରେ ଏପରି ଉଦାହରଣ ଦେଖିବାକୁ ମିଳିଛି। ଟିକା ନେବା ପରେ ବି ଲୋକ କରୋନା ଦ୍ବାରା ଆକ୍ରାନ୍ତ ହେଉଥିବା ବାରମ୍ବାର ନଜରକୁ ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe