ଅଲଗା ହେବେ ଇମରାନ-ଅବନ୍ତିକା । ୧୧ ବର୍ଷର ବିବାହରେ ପଡିବ ପୂର୍ଣ୍ଣଚ୍ଛେଦ ।

185

କନକ ବ୍ୟୁରୋ : ମାମୁଁଙ୍କ ରାସ୍ତାରେ ଭଣଜା । ସୁପରଷ୍ଟାର ଆମିର ଖାନଙ୍କ ବିବାହ ବିଚ୍ଛେଦ ହୋଇସାରିଛି । ବର୍ତ୍ତମାନ ତାଙ୍କ ରାସ୍ତାରେ ଭଣଜା ଇମରାନ ଖାନ । ଅଭିନେତା ଇମରାନ ଓ ତାଙ୍କ ପତ୍ନୀ ଅବନ୍ତିକାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବାକୁ ଯାଉଛି । ୨୦୧୧ ମସିହାର ଇମରାନ ଅବନ୍ତିକା ମାଲିକଙ୍କୁ ବିବାହ କରିଥିଲେ । ଇମରାନ ତାଙ୍କ ପତ୍ନୀଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ତେବେ ନିକଟରେ ଅବନ୍ତିକ ଇନଷ୍ଟା ଆକାଉଣ୍ଟ ବନ୍ଦ କରିଦେଇଛନ୍ତି । ଇମରାନଙ୍କ ପୋଷ୍ଟରେ ଅବନ୍ତିକାଙ୍କୁ ଟ୍ୟାଗ କରାଯାଇଥିଲେ ବି ସେହି ଆକାଉଣ୍ଟ ସସପେଣ୍ଡ ଥିବା ଦେଖାଯାଇଛି ।

ବି ଟାଉନରେ ଚର୍ଚ୍ଚା ଜୋର ଧରିଛି ଉଭୟ ଶୀଘ୍ର ଅଲଗା ହେବେ । ତେବେ ଅବନ୍ତିକା ନିଜର ଆକାଉଣ୍ଟ ଡିଲିଟ କରିଛନ୍ତି ନା କିଛି ସମୟ ପାଇଁ ବନ୍ଦ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଉଭୟଙ୍କ ମଧ୍ୟରେ ଭଲ ପାଇବା ଥିଲେ ମଧ୍ୟ ପରେ ବିଭିନ୍ନ କାରଣରୁ ଝଗଡାର ଖବର ମଧ୍ୟ ଆସିଥିଲା । ୨୦୧୯ରେ ପ୍ରକାଶିତ ରିପୋର୍ଟରେ ଜଣାପଡିଥିଲାଯେ, ଅବନ୍ତିକା ଓ ଇମରାନଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିନଥିଲା । ନିକଟରେ ବିଭିନ୍ନ ଜାତୀୟ ପତ୍ରିକାରେ ଖବର ପ୍ରକାଶ ପାଇଛି ଉଭୟ ଅଲଗା ହେବାକୁ ଯାଉଛନ୍ତି ।

ଅବନ୍ତିକା, ଇମରାନ କ୍ଲାସମେଟ ଥିଲେ । ବିବାହ ପୂର୍ବରୁ ସବୁକିଛି ଠିକ୍ ଥିବା ବେଳେ ପରେ ଝଗଡା ଆରମ୍ଭ ହୋଇଥିଲା । ଅବନ୍ତିକା ଇମରାନଙ୍କ ଘରଛାଡି ନିଜ ଘରକୁ ଚାଲିଆସିଥିଲେ । ଉଭୟଙ୍କର ଗୋଟିଏ ଝିଅ ଇମାରା ମଲିକ ଖାନ ରହିଛି । ୨୦୧୪ରେ ଇମାରାଙ୍କର ଜନ୍ମ ହୋଇଥିଲା ।