କନକ ବ୍ୟୁରୋ : ସାଧାରଣ ନିର୍ବାଚନକୁ ଆଉମାତ୍ର ଅଳ୍ପଦିନ ବାକି ରହିଲା । ନିର୍ବାଚନରେ ବିଜୟ ହେବ ପାଇଁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ଷ୍ଟ୍ରାଟେଜି ଆପଣାଇଛନ୍ତି । ବିଗତ ୫ ବର୍ଷ ମଧ୍ୟରେ ଜନତାଙ୍କ ପାଇଁ କିଏ କଣ କରିଛି ତାହାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ନେତା ବ୍ୟସ୍ତ । ତେବେ ଏପରି ସମୟରେ ଭାରତର ନିର୍ବାଚନକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଭାରତରେ ନିର୍ବାଚନ ଶେଷ ହେବା ପରେ ହିଁ ଭାରତ-ପାକ ସଂପର୍କରେ ସୁଧାର ଆସିବ ବୋଲି କହିଛନ୍ତି ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ସେ ମଧ୍ୟ ଆଶଙ୍କା ପ୍ରକଟ କରିଛନ୍ତି ଯେ ନିର୍ବାଚନ ଆସୁ ଆସୁ ଭାରତ ଆଉ ଏକ ଦୁଃସାହସିକ ପଦକ୍ଷେପ ଉଠାଇପାରେ ।
/kanak/media/post_attachments/wp-content/uploads/2018/08/pakistan-yojna-1.jpg)