ବିଶ୍ୱ ମଂଚରେ କାଶ୍ମୀରକୁ ନେଇ ପୁଣି ଥରେ ବିଳିବିଳେଇଲେ ଇମ୍ରାନ । କହିଲେ ଜାମ୍ମୁକାଶ୍ମୀରରୁ ସୈନ୍ୟ ହଟିଗଲେ ପୁଣି ହେବ ରକ୍ତପାତ, ଭାରତ ଦେଖିବ ଆଉ ଏକ ପୁଲୱାମା

358

କନକ ବ୍ୟୁରୋ : ବିଶ୍ୱ ମଂଚରେ ପୁଣି ବିଳିବିଳେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ । କହିଲେ, ଭାରତ ବେଆଇନ୍ ଭାବେ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ହଟାଇ ଦେଇଛି । ଏଠାରୁ ସୈନ୍ୟ ପ୍ରତ୍ୟାହାର ହେଲେ ଘାଟିରେ ପୁଣି ରକ୍ତପାତ ହେବ । ଭାରତ ଦେଖିବ ଆଉ ଏକ ପୁଲୱାମା । ଆଉ ଏସବୁ ପାଇଁ ଭାରତ ପାକିସ୍ତାନକୁ ଦାୟୀ କରିବ ବୋଲି ମିଳିତ ଜାତିସଂଘରେ କହିଛନ୍ତି ଇମ୍ରାନ୍ ଖାନ୍ । ହେଲେ ତାଙ୍କ ଭାଷଣରେ ନଥିଲା ପାକିସ୍ତାନର କଥା । ଭାଷଣର ପୁରା ଫୋକସରେ ଥିଲା ଇସଲାମ୍ ଆତଙ୍କବାଦ ଓ କାଶ୍ମୀର କଥା ।

ତେବେ ପୂର୍ବରୁ ଅନେକ ଥର ଇମ୍ରାନ ଏପରି ଭାବରେ ବିଳିବିଳାଉଥିବାର ଦେଖାଯାଇଛି । କେବଳ ଏତିକି ନୁହେଁ ବରଂ କାଶ୍ମୀରରୁ ମୋଦି ସରକାର ୩୭୦ ଧାରା ଉଠିବା ପରେ ବାରମ୍ବାର ବିଶ୍ୱକୁ ଭୁଲ ବାର୍ତା ଦେବା ଲାଗି ଚେଷ୍ଟା ଜାରି ରଖିଛନ୍ତି ଇମ୍ରାନ ଖାନ । ହେଲେ କୌଣସି ସୁଫଳ ମିଳିୁନାହିଁ । ମିଳିତ ଜାତିସଂଘରେ ଅନେକ ଦେଶର ମୁଖ୍ୟ ନିଜ ଦେଶ ସମ୍ପର୍କରେ କହୁଥିବା ବେଳେ କେବଳ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀର ଓ ଇସଲାମ ଆତଙ୍କବାଦର କଥା କହି ନିଜର କଥା ହିଁ ସାରିଦେଲେ । ତେବେ ଇମ୍ରାନଙ୍କ ଏପରି ଆଭିମୁଖ୍ୟକୁ ଅନେକ ସମାଲୋଚନା କରିଥିବା ସୂଚନା ମିଳିଛି ।