ପାକିସ୍ତାନକୁ ଆଇନା ଦେଖାଇଲେ ଇମ୍ରାନ ଖାନ! ନିଜ ଦେଶର ଦୁର୍ବଳତା କହିଲେ ଖୋଦ୍ ପାକ୍ ପ୍ରଧାନମନ୍ତ୍ରୀ

445

ବର୍ତ୍ତମାନ ସମୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଯାଇଛି, ଯାହାର ପରିଣାମ ଯୁଦ୍ଧ ଆଡକୁ ହିଁ ସଂକେତ କରୁଛି । ଯଦିଓ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତିକୁ ବହୁ ମାତ୍ରାରେ ଏଡାଇ ଦିଆଯାଇଛି , ତଥାପି ପାକିସ୍ତାନର କାର୍ଯ୍ୟକଳାପକୁ ବି ଅଣଦେଖା କରାଯାଇପାରିବ ନାହିଁ । ପୂର୍ବରୁ ଦୁଇ ଦେଶ ଭିତରେ ୪ଥର ଲଢେଇ ହୋଇସାରିଛି ଆଉ ପ୍ରତିଥର ପାକିସ୍ତାନକୁ ପରାସ୍ତର ମୁହଁ ଦେଖିବାକୁ ପଡିଛି । ଏହା ସତ୍ୱେ ବି ପାକିସ୍ତାନ ନିଜ ପ୍ରକୃତି ଛାଡିନି । ଅନୁପ୍ରବେଶ ଏବଂ ଆତଙ୍କୀମାନଙ୍କୁ ସାହାରା କରି ପାକିସ୍ତାନ ଭାରତ ସହ ଲଢେଇ କରିବାକୁ ଚାହୁଁଛି , ଯେବେକି ଆଜିର ସମୟରେ ପାକିସ୍ତାନ ନିକଟରେ ଭାରତକୁ ସାମ୍ନା କରିବାର କୌଣସି କ୍ଷମତା ହିଁ ନାହିଁ ।

ପାକ୍ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଗରିବୀ

ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଖୋଦ୍ ଏସଂପର୍କରେ ପାକିସ୍ତାନକୁ ଆଇନା ଦେଖାଇବା ଭଳି କାମ କରିଛନ୍ତି । ଭାରତ ସହିତ ତିକ୍ତତା ଭିତରେ ଇମ୍ରାନ ଖାନ ପାକ୍ ସଂସଦକୁ ସମ୍ବୋନ୍ଧିତ କରି କହିଥିଲେ କି ସେ ଭାରତ ସହ ଲଢେଇ କରିବାକୁ ଚାହୁଁ ନାହାଁନ୍ତି । ସେ କହିଥିଲେ କି, ପାକିସ୍ତାନ ଗତ ୧୦ ବର୍ଷ ହେଲା ଯୁଦ୍ଧ ସହ ଲଢେଇ କରିଆସୁଛି । ଇମ୍ରାନ ଖାନ ପାକିସ୍ତାନରେ ବୃଦ୍ଧି ପାଉଥିବା ଗରିବୀ ନେଇ ଆଲୋଚନା କରିଥିଲେ ଏବଂ ଅନ୍ତରାଷ୍ଟ୍ରୀୟ ଚାପରେ ଭାରତୀୟ ବାୟୁସେନାର ପାଇଲଟ ଅଭିନନ୍ଦନଙ୍କୁ ଛାଡି ବାକୁ ବାଧ୍ୟ ହୋଇଥିଲେ ।

୭୦ ବର୍ଷରେ ପଛୁଆ ରହିଗଲା ପାକିସ୍ତାନ

ଏଠାରେ ଆମେ କହି ରଖୁଛୁ କି, ପାକିସ୍ତାନ ଋଣ ଭାରରେ ବୁଡି ରହିଛି ଏବଂ ସେଠାରେ ମେଡିକାଲ, ଶିକ୍ଷା ଭଳି ମୂଳ ସୁବିଧାଗୁଡିକର ଘୋର ଅଭାବ ରହିଛି । ସେହିପରି ଅନ୍ୟପଟରେ ଭାରତ ସେନା ସହିତ ହିଁ ନିଜର ସୋସିଆଲ ଇଂଣ୍ଡିକେଟରକୁ ମଜବୁତ କରିଛି । ଆର୍ଥିକ ସ୍ତରରେ ବି ଭାରତ ପାକିସ୍ତାନଠାରୁ ବହୁ ଆଗରେ ରହିଛି । ଭାରତ ଦୁନିଆର ପଂଚମ ସବୁଠାରୁ ବଡ ଅର୍ଥବ୍ୟବସ୍ଥା ହେବାକୁ ଅଗ୍ରସର ହେଉଛି ।

ଇଂରେଜ ଭାରତ ଛାଡିବା ପରେ ଭାରତ ଖୁବ୍ ଭଲ ଭାବରେ ନିଜକୁ ଅଗ୍ରସର କରିବାରେ ସଫଳ ହୋଇଛି । ଯେତେବେଳେ ଦୁଇ ଦେଶ ୧୯୫୦ରେ ସ୍ୱାଧୀନ ହୋଇଥିଲା, ସେହି ସମୟରେ ପାକିସ୍ତାନର ପର କ୍ୟାପିଟା ଇନକମ ଭାରତଠାରୁ ଢେର ଗୁଣ ଅଧିକ ଥିଲା । ପାକିସ୍ତାନ ୬୪୩ ଡଲାର ଥିଲାବେଳେ, ଭାରତର ୬୧୬ ଡଲାର ରହିଥିଲା । କିନ୍ତୁ ଏହି ୭୦ ବର୍ଷରେ ପାକିସ୍ତାନକୁ ଓଭରଟେକ୍ କରି ଭାରତ ବହୁ ଆଗକୁ ଚାଲିଆସିଛି ।

ସେହିପରି ୨୦୧୮ରେ ୟୁନାଇଟେଡ ନେସନ ଡେଭଲପମେଂଟ ପ୍ରୋଗ୍ରାମର ରିପୋର୍ଟ ମୁତାବକ, ଭାରତର ମୋଟ ଜନସଂଖ୍ୟାର ୨୫ ପ୍ରତିଶତ ଜନସଂଖ୍ୟା ଗରିବ ସୀମା ତଳେ ରହିଛି , ଯେବେକି ପାକିସ୍ତାନର ୨୮ ପ୍ରତିଶତ ଜନସଂଖ୍ୟା ଗରିବ ଅଟନ୍ତି ।