ହଜାର ହଜାର ଲୋକଙ୍କ ଗହଣରେ ଜଳିଲେ ଇମରାନ୍ ! ୧୩୫ ବର୍ଷର ମାରବତ୍ ଉତ୍ସବରେ ଚଳିତବର୍ଷ ଜଳିଲା ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ କୁଶପୁତ୍ତଳିକା ।

453

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଠିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ବାରମ୍ବାର ଯୁଦ୍ଧର ଧମକ ଦେଇଆସୁଛନ୍ତି ଯାହାକୁ ଭାରତରେ ତୀବ୍ର ବିରୋଧ କରାଯାଉଛି । ଏହି କ୍ରମରେ ନାଗପୁର ସହରରେ ୧୩୫ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ମାରବତ୍ ଉତ୍ସବରେ ଚଳିତ ବର୍ଷ ଇମରାନ୍ ଖାନଙ୍କ ବିଶାଳ କୁଶପୁତ୍ତଳିକାକୁ ନିଆଁ ଲଗାଇ ଦିଆଯାଇଛି । ଇମରାନଙ୍କ ପୁତଲା ଜଳାଇବା ସମୟରେ ଉକ୍ତ ସ୍ଥାନରେ ହଜାର ହଜାର ଲୋକ “ଭାରତ ମାତା କି ଜୟ” ନାରା ଦେବା ସହ “ପାକିସ୍ତାନ ମୁର୍ଦ୍ଦାବାଦ୍ ଇମରାନ୍ ଖାନ୍ ମୁର୍ଦ୍ଦାବାଦ୍” ର ନାରା ଲଗାଇଥିଲେ ।

ପ୍ରତିବର୍ଷ ନାଗପୁରରେ ପୋଲା ଉତ୍ସବର ଦ୍ୱିତୀୟ ଦିନ ମାରବତ୍ ବାହାରେ ଯେଉଁଥିରେ ସାମାଜିକ ସମସ୍ୟା ଏବଂ ରାଜନୈତିକ ସ୍ତରର ପ୍ରତିଟି ବିରୋଧକୁ କୁଶପୁତ୍ତଳିକା ଜଳାଇ ଲୋକଙ୍କ କ୍ରୋଧ ଶାନ୍ତ କରାଯାଏ । ଏହି ଉତ୍ସବରେ ଲୋକମାନେ ନିଜ ରାଗ ଶାନ୍ତ କରିବା ପାଇଁ ଏଥର ଇମରାନ୍ ଖାନ୍ ଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଏହି ସମୟରେ କଳା ଏବଂ ହଳଦିଆ ମାଟିର କୁଶପୁତ୍ତଳିକା ମୁଖ୍ୟ ଆକର୍ଷଣ ହୋଇଥିଲା । ଏହି କୁଶପୁତ୍ତଳିକା ଅତୃପ୍ତ ଏବଂ ନକାରାତ୍ମକ ଆତ୍ମାଙ୍କୁ ଦୁରରେ ରଖିବା ପାଇଁ ଜଳାଯାଇଥାଏ । ଏଭଳି ମାନ୍ୟତା ରହିଛି ଯେ ରାସ୍ତାରେ ଏହି କୁଶପୁତ୍ତଳିକା ବାହାରିଲେ ବିଭିନ୍ନ ସାମାଜିକ କ୍ଲେଶ ଦୂର ହୁଏ ।