କନକ ବ୍ୟୁରୋ : ତୋଷଖାନ୍ନା ମାମଲାରେ ପ୍ରଥମ ଜାମିନ ପାଇବା ପରେ ପୁଣି ଅନ୍ୟ ଏକ ମାମଲାରେ ଗିରଫ ହେଲେ ପକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ତୋଷଖାନ୍ନ ।ମାମଲାରେ ଜାମିନ ଦେଇଥିଲେ । କିନ୍ତୁ କିଛି ଘଂଟା ଭିତରେ ସିଫର ମାମଲାରେ ତାଙ୍କୁ ଗିରଫ କରାଯାଇଛି । ବୁଧବାର କୋର୍ଟରେ ହାଜର ହେବେ ଇମ୍ରାନ । ପାକିସ୍ତାନରେ ଖୁବଶୀଘ୍ର ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏବେ କାମଚଳା ସରକାର ଚାଲିଛି । ଦେଶରେ ନିର୍ବାଚନର ମାହୋଲ ରହିଛି । ଏହାରି ଭିତରେ ଇମ୍ରାନ ଖାନଙ୍କୁ ଜେଲରୁ ମିଳୁନି ମୁକ୍ତି ।

Advertisment