ଦରିଦ୍ର ହେଉଛି ପାକିସ୍ତାନ, ଦରଦାମ ଆକାଶଛୁଆଁ: ହଜିଲା ଇମ୍ରାନ ଖାନଙ୍କ ନିଦ । ଲାଇଭ ଶୋରେ କହିଲେ ମନର କଥା

214

କନକ ବ୍ୟୁରୋ: ପାକିସ୍ତାନ ଉପରେ ମହଙ୍ଗାମାଡ । ଶେଷରେ ଏହି କଥାକୁ ସ୍ୱିକାର କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ନିଜର ଦେଶବାସୀଙ୍କ ସହ ଲାଇଭକଲ ସମୟରେ ଗୋଟେ ପ୍ରଶ୍ନର ଉତର ଦେଇ ଇମ୍ରାନ କହିଛନ୍ତି କି ପାକିସ୍ତାନ ପାଇଁ ବର୍ତମାନ ସବୁଠୁ ବଡ ଚ୍ୟାଲେଂଜ ପାଲଟିଛି ମୁଦ୍ରାସ୍ପିତି ଓ ଦରଦାମ ବୃଦ୍ଧି । ଯାହା ପାଇଁ ଦେଶର ଆର୍ଥିକ ସ୍ଥିତି ଭୁଷୁଡି ପଡିଛି । ଏହା ପଛର ମୁଖ୍ୟ କାରଣ କରୋନା ବୋଲି କହିଛନ୍ତି ଇମ୍ରାନ ।

ତେବେ ଦେଶର ଏଭଳି ପରିସ୍ଥିତି ଯୋଗୁଁ ସେ ରାତିରେ ଶୋଇ ପାରୁନଥିବା ମଧ୍ୟ ପ୍ରକାଶ କରିଛନ୍ତି । ପାକିସ୍ତାନରେ ଯେବେଠୁ ଇମ୍ରାନଙ୍କ ତହରିକ ଏ ଇନସାଫ ନେତୃତ୍ୱଧୀନରେ ସରକାର ଗଠନ ହୋଇଛି ସେବେଠୁ ଆର୍ଥିକ ଦୂରାବସ୍ଥା ଆରମ୍ଭ ହୋଇଛି । ଉପାୟାଶୂନ୍ୟ ପାକିସ୍ତାନ ଚୀନଠୁ ଆରମ୍ଭ କରି ଆମେରିକା ସହ ବିଭିନ୍ନ ରାଷ୍ଟ୍ରଙ୍କ ଋଣ ନେବାରେ ଲାଗିଛି ।