ସର୍ବନିମ୍ନ ଓ ମୌଳିକ ଆବଶ୍ୟକତା ପାଇଁ ହାତ ପତଉଛି ପାକିସ୍ତାନ ! ଦେଶ ଦେବାଳିଆ ସ୍ଥିତିରେ ଥିବା ସ୍ୱୀକାର କଲେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ।

344

କନକ ବ୍ୟୁରୋ : ଶେଷରେ ଏକ ଅପ୍ରିୟ ସତକୁ ସ୍ବୀକାର କରିବାକୁ ବାଧ୍ୟ ହୋଇଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ । ସଂପ୍ରତି ପାକିସ୍ତାନର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦେବାଳିଆ ଅବସ୍ଥାରେ ରହିଥିବା ସ୍ବୀକାର କରିବା ସହ ଏହି କାରଣ ପାଇଁ ପାକିସ୍ତାନ କେବେ ବି ଆତ୍ମ ନିର୍ଭରଶୀଳ ହୋଇପାରିବ ନାହିଁ ବୋଲି କହିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ । ପାକିସ୍ତାନ ନିଜର ଦେବାଳିଆ ଅବସ୍ଥା ପାଇଁ ସବୁବେଳେ ଅର୍ଥ ଉଦ୍ଦେଶ୍ୟରେ ୟୁଏଇ, ଚୀନ୍‌ ଓ ସାଉଦି ଆରବ ନିକଟରେ ହାତ ପତାଉଛି । ଏଥିରେ ବିଶ୍ବ ଦରବାରରେ ପାକିସ୍ତାନର ଆତ୍ମ ମର୍ଯ୍ୟାଦା କ୍ଷୁଣ୍ଣ ହେଉଥିଲେ ସୁଦ୍ଧା ପାକିସ୍ତାନ ନିକଟରେ ଆଉ ଅନ୍ୟ କୌଣସି ଦ୍ବିତୀୟ ବିକଳ୍ପ ନାହିଁ ।

ଦେଶର ସର୍ବନିମ୍ନ ଓ ମୌଳିକ ଆବଶ୍ୟକତା ମେଣ୍ଟାଇବା ପାଇଁ ଅର୍ଥ ନିମନ୍ତେ ୟୁଏଇ, ଚୀନ୍‌, ସାଉଦି ଆରବ ଓ କତାର୍‌ ନିକଟରେ ସବୁବେଳେ ହାତ ପତାଉଥିବା ଗୋଟିଏ ରାଷ୍ଟ୍ର ଆତ୍ମ ନିର୍ଭରଶୀଳ ହୋଇପାରିବ କିପରି ? ଯେ ପର୍ଯ୍ୟନ୍ତ ଏ ଅବସ୍ଥାରୁ ମୁକ୍ତି ମିଳିନାହିଁ; ସେ ପର୍ଯ୍ୟନ୍ତ ଆତ୍ମ ନିର୍ଭରଶୀଳତାର ସ୍ବପ୍ନ ଦେଖିବା ମରିଚୀକା ପଛରେ ଧାଇଁବା ସହ ସମାନ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ । ତାଳୁରୁ ତଳିପା ପର୍ଯ୍ୟନ୍ତ ପାକିସ୍ତାନ ଏବେ ଋଣଭାରରେ ବୁଡ଼ିରହିଥିବା ସେ କହିଛନ୍ତି ।