କନକ ବ୍ୟୁରୋ: ସମ୍ବଲପୁର ରେଙ୍ଗାଲି ଲାରିପାଲି ବୋରୱେର ଭିତରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ସ୍ୱାସ୍ଥାବସ୍ଥାରେ ସୁଧାର ଆସୁଛି । ଅକ୍ସିଜେନ୍ କଢ଼ାଯାଇଥିବା ବେଳେ ଶିଶୁଟିକୁ ମଧ୍ୟ ଡବା କ୍ଷୀର ଦିଆଯାଉଛି । ପୂର୍ବଅପେକ୍ଷାରେ ସ୍ୱସ୍ଥ୍ୟରେ ଉନ୍ନତି ଆସିଥିବା କହିଛନ୍ତି ଡାକ୍ତର । ବେରୱେଲରୁ ଉଦ୍ଧାର ହେବା ପରେ ଶିଶୁର ଶ୍ୱାସକ୍ରିୟରେ ସମସ୍ୟା ପାଇଁ ଅକ୍ସିଜେନ୍ ଦିଆଯାଉଥିଲା । ପ୍ରଥମେ ସହମତିରେ ଅନ୍ୟ ମା’ କ୍ଷୀର ଦିଆଯାଉଥିବା ବେଳେ ପ୍ରଥମ କରି ପିଲାଟିକୁ ଡବା କ୍ଷୀର ଦିଆଯାଇଛି । ୫ ଜଣିଆ ଡାକ୍ତରୀ ଟିମ୍ ଶିଶୁଟିର ଚିକିତ୍ସା କରୁଛନ୍ତି । ସଂକ୍ରମଣ ମଧ୍ୟ ଧିରେ ଧିରେ କମୁଛି ।
ଧିରେ ଧିରେ ସୁସ୍ଥ ହେଉଛି କୁନି । ବୋରୱେଲରୁ ଉଦ୍ଧାର ଶିଶୁର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନେଇ ଭିମସାର କର୍ତ୍ତୃପକ୍ଷଙ୍କ ସୂଚନା ।
/kanak/media/post_attachments/wp-content/uploads/2023/12/29-14.jpg)