ଏଣିକି ପରିବେଶକୁ ଅପରିଷ୍କାର କରିବା ପଡିବ ମହଙ୍ଗା ! ଗଣିବାକୁ ପଡିବ ଫାଇନ୍, ଜାଣନ୍ତୁ କେଉଁ କାମ ପାଇଁ ରହିଛି କେତେ ଜରିମାନା ।

57

ମହାରାଷ୍ଟ୍ରର ସଡ଼କକୁ ସଫା ରଖିବା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ଅନେକ ଆଇନ୍ କରିବା ପରେ ମଧ୍ୟ ପରିବେଶକୁ ସୁରକ୍ଷିତ ଏବଂ ପରିଷ୍କାର ରଖା ଯାଇ ପାରୁ ନଥିବାରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍ ଏକ ସମାଧାନର ବାଟ ବାହାର କରିଛନ୍ତି ।

ଯେଉଁମାନେ ପରିବେଶକୁ ଅପରିଷ୍କାର କରୁଛନ୍ତି ସେମାନଙ୍କୁ ଏଣିକି ଏ ନେଇ ଜରିମାନା ଦେବାକୁ ପଡ଼ିବ ବୋଲି ଘୋଷଣା କରାଯାଇଛି । ଯଦି କୌଣସି ବ୍ୟକ୍ତି ରାସ୍ତାରେ ହେଉ ବା ସାର୍ବଜନୀନ ସ୍ଥାନରେ ଅଳିଆ ଫିଙ୍ଗୁଛି, ଛେପ ପକାଉଛି ବା ଶୌଚ କରୁଛି ତେବେ ତାକୁ ଏଥିପାଇଁ ଜରିମାନା ଦେବାକୁ ହେବ । ସରକାରଙ୍କ ଏହି ନିଷ୍ପତ୍ତି ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବ ବୋଲି ଆଶା କରାଯାଉଛି ।

ଏହି ନିୟମକୁ ସେପ୍ଟେମ୍ବର ୮ରୁ ଲାଗୁ କରାଯାଇଥିବା ବେଳେ ରାସ୍ତାରେ ଛେପ ପକାଇଲେ ୧୫୦ ଟଙ୍କା, ଅଳିଆ ଫିଙ୍ଗିଲେ ୧୮୦ ଟଙ୍କା ଏବଂ ଶୌଚ ହେଲେ ୫୦୦ ଟଙ୍କା ଜରିମାନା ବାବଦରେ ରଖା ଯାଇଥିବା ଜଣା ପଡ଼ିଛି ।