ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ମହଙ୍ଗା ମାଡ ! ମାର୍ଚ୍ଚରୁ ୯୨% କମିଲା ପଡେଶୀ ଦେଶରୁ ଆମଦାନୀ

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ମହଙ୍ଗା ମାଡ ! ମାର୍ଚ୍ଚରୁ ୯୨% କମିଲା ପଡେଶୀ ଦେଶରୁ ଆମଦାନୀ

source : News18.com

ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହେବାପରେ ପାକିସ୍ତାନକୁ ବଡ଼ ଧରଣର ଆର୍ଥିକ ଝଟକା ଲାଗିଛି। ଏହା ଭାରତକୁ ଆଉ ଅଧିକ ସାମଗ୍ରୀ ରପ୍ତାନି କରିପାରୁନାହିଁ। ପାକିସ୍ତାନ ଠାରୁ ଏମଏନଏଫ୍ ଛଡାଇ ନେବାପରେ ଓ ଭାରତ ଦ୍ୱାରା ପାକିସ୍ତାନର ବିଭିନ୍ନ ସାମଗ୍ରୀ ଉପରେ ୨୦୦% ସୀମା ଶୁଳ୍କ ଲାଗୁ କରାଯାଇଛି। ଏହାର ପ୍ରଭାବ ଦୁଇ ଦେଶର ବାଣିଜ୍ୟ କାରବାରରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଗତବର୍ଷ ମାର୍ଚ୍ଚରେ ପାକିସ୍ତାନରୁ ୨୪୦ କୋଟି ଟଙ୍କାର ସାମଗ୍ରୀ ଭାରତ କିଣିଥିଲା। ଚଳିତ ବର୍ଷ ମାର୍ଚ୍ଚରେ ସେଥିରେ ୯୨% ହ୍ରାସ ହୋଇଛି। ଏହି ମାସରେ ଭାରତ ମାତ୍ର ୧୯ କୋଟି ୭୦ ଲକ୍ଷ ଟଙ୍କାର ସାମଗ୍ରୀ ପାକିସ୍ତାନରୁ କିଣିଛି। ସେଥି ମଧ୍ୟରୁ ୮କୋଟି ୨୫ ଲକ୍ଷ ଟଙ୍କାରେ କେବଳ କପା କିଣାଯାଇଛି। ସାଧାରଣତଃ ଭାରତ ପକ୍ଷରୁ ପାକିସ୍ତାନରୁ କପା, ସତେଜ ଫଳ, ସିମେଣ୍ଟ୍, ପେଟ୍ରୋଲିୟମ୍ ଓ ଖଣିଜ ପଦାର୍ଥ ଆମଦାନୀ କରାଯାଇଥାଏ।

publive-image

ଗତ ମାର୍ଚ୍ଚରେ ଭାରତର ଆମଦାନିକାରୀମାନେ ପାକିସ୍ତାନରୁ କେବଳ ପ୍ଲାଷ୍ଟିକ୍, କପଡ଼ା, ପରିଧାନ ସାମଗ୍ରୀ ଓ ମସଲା ଆମଦାନି କରିଥିଲେ। ପାକିସ୍ତାନକୁ ଭାରତର ରପ୍ତାନି ମଧ୍ୟ ହ୍ରାସ ପାଇଛି। ଭାରତ ପକ୍ଷରୁ ପାକିସ୍ତାନକୁ କପା, ଜୈବିକ ରସାୟନ ସାମଗ୍ରୀ, ପରମାଣୁ ରିଆକ୍ଟର, ବଏଲର, ପ୍ଲାଷ୍ଟିକ ସାମଗ୍ରୀ, ଖାଦ୍ୟଶସ୍ୟ, ଚିନି, କଫି, ଚା’, ଲୁହା ଏବଂ ତମ୍ବା ଆଦି ରପ୍ତାନୀ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe