କନକ ବ୍ୟୁରୋ: ପିତାମାତାଙ୍କ ଠାରୁ ପୁଅକୁ ଦୂରେଇ ପାରିବେ ନାହିଁ ସ୍ତ୍ରୀ । ବାପାମାଆଙ୍କ ଠାରୁ ଅଲଗା ରହିବା ପାଇଁ ବାଧ୍ୟ କଲେ ପତ୍ନୀଙ୍କୁ ଛାଡପତ୍ର ଦେଇପାରିବେ ସ୍ୱାମୀ । ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କୋଲକାତା ହାଇକୋର୍ଟ । ହାଇକୋର୍ଟ ବିଚାରପତି ସୋମେନ୍ ସେନ୍ ଓ ଉଦୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ବିବାହ ପରେ ପିତାମାତାଙ୍କ ପାଖରେ ପୁଅ ରହିବା ଭାରତୀୟ ସଂସ୍କୃତିର ନିଦର୍ଶନ । ପୁଅର କର୍ତବ୍ୟ ହେଉଛି ବାପାମାଆଙ୍କ ସେବା କରିବା ଏବଂ ପରିଣତ ବୟସରେ ସେମାନଙ୍କ ସେବା କରିବା ।

Advertisment

କିନ୍ତୁ ଯଦି ପତ୍ନୀ ଏହାକୁ ବିରୋଧ କରନ୍ତି ଓ ବାପାମାଆଙ୍କ ଠାରୁ ପୁଅକୁ ଅଲଗା କରିବା ପାଇଁ ଚେଷ୍ଟା କରନ୍ତି, କୌଣସି କାରଣ ନଦର୍ଶାଇ ବାପାମାଆଙ୍କ ଠାରୁ ଅଲଗା ରହିବା ପାଇଁ ବାଧ୍ୟ କରନ୍ତି ତେବେ ସ୍ୱାମୀ, ସ୍ତ୍ରୀଙ୍କୁ ଛାଡପତ୍ର ଦେଇପାରିବେ । ପୂର୍ବରୁ ପରିବାର ଅଦାଲାତ ସ୍ୱାମୀଙ୍କ ଛାଡପତ୍ର ଅବେଦନକୁ ଗ୍ରହଣ କରି ତାଙ୍କୁ ଅନୁମତି ଦେଇଥିବା ବେଳେ ପତ୍ନୀ ଏହାକୁ ଚ୍ୟାଲେଂଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୂଚନା ଅନୁସାରେ ୨୦୦୯ରେ ପଶ୍ଚିମବଙ୍ଗରେ ମେଦିନାପୁର ଜିଲ୍ଲାରେ ଏକ ପରିବାର ଅଦାଲତ ପତ୍ନୀଙ୍କ ଅମାନବୀୟ ନିଷ୍ପତି ଆଧାରରେ ସ୍ତ୍ରୀଙ୍କୁ ଛାଡପତ୍ର ଦେବାକୁ ଆବେଦନ କରିଥିଲେ ସ୍ୱାମୀ । ଏବଂ ଏହି ଆବେଦନକୁ ମଂଜରୁ କରୁଥିଲେ ପରିବାର ଅଦାଲତ । ଏଭଳି ବିବାହ ବିଚ୍ଛେଦ ପାଇଁ ଆବେଦନ କରିଥିବା ଦମ୍ପତି ୨୦୦୧ରେ ବିବାହ କରିଥିଲେ । ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିଲା ।