କନକ ବ୍ୟୁରୋ: ଶାଶୁ ଶ୍ୱଶୁରଙ୍କୁ ଦେଖାଶୁଣା କରିବାକୁ ବାଧ୍ୟ ନୁହନ୍ତି ବିଧବା ବୋହୂ । ଏକ ମାମଲାର ଶୁଣାଣୀ କରି ଏହି ରାୟ ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ । ବମ୍ବେ ହାଇକୋର୍ଟର ଔରଙ୍ଗବାଦ ଖଣ୍ଡପୀଠ ରାୟ ଶୁଣାଇ କହିଛନ୍ତି, ସ୍ୱାମୀର ମୃତ୍ୟୁ ପରେ ବିଧବା ବୋହୂ, ତାଙ୍କୁ ଶାଶୁ ଶଶୁରଙ୍କୁ ଚଳିବା ଖର୍ଚ୍ଚ ଦେବାକୁ ବାଧ୍ୟ ନୁହେଁ । ବିଚାରପତି କିଶୋର ସନ୍ଥଙ୍କ ଖଣ୍ଡପୀଠ ୩୮ ବର୍ଷୀୟା ମହିଳା ଶୋଭା ତିଡକେଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନର ଶୁଣାଣୀ କରି ଏଭଳି ରାୟ ଶୁଣାଇଛନ୍ତି । ସୂଚନା ମୁତାବିକ ଶୋଭାଙ୍କ ସ୍ୱାମୀ ମହାରାଷ୍ଟ୍ର ରାଜ୍ୟ ସଡକ ପରିବହନରେ କାମ କରୁଥିବା ବେଳେ ତାଙ୍କର ଅକାଳ ବିୟୋଗ ଘଟିଥିଲା । ଏହା ପରେ ଶୋଭା ମୁମ୍ବାଇର ଏକ ସରକାରୀ ହସ୍ପିଟାଲରେ ଚାକିରି କରିଥିଲେ । ସେପଟେ ଶୋଭାଙ୍କ ଶ୍ୱଶୁର କ୍ରିଷ୍ଣାରାଓ ଓ ଶାଶୂ କାନ୍ତବାଈ ନିଜର କୌଣସି ଆୟ ନଥିବା ଦର୍ଶାଇ ବୋହୂଙ୍କ ଠାରୁ ରକ୍ଷଣାବେକ୍ଷଣା ଦାବି କରିଥିଲେ । ହେଲେ ଶୋଭା ନିଜ ଯୁକ୍ତିରେ ଦର୍ଶାଇଥିଲେ, ତାଙ୍କ ସ୍ୱାମୀ ଓ ପିତାମାତାଙ୍କ ଗାଁରେ ଜମି ଓ ଘର ରହିଛି । ଏଥିସହ ପୁଅର ମୃତ୍ୟୁ ପରେ ସେମାନେ କ୍ଷତିପୂରଣ ବାବଦରେ ମହାରାଷ୍ଟ୍ର ସଡକ ପରିବହନ ନିଗମ ଠାରୁ ୧ଲକ୍ଷ ୮୮ ହଜାର ଟଙ୍କା ପାଇଛନ୍ତି । ବମ୍ବେ ହାଇକୋର୍ଟ ଶୋଭଙ୍କ ପିଟିସନ ଉପରେ ରାୟ ଶୁଣାଇ କହିଛନ୍ତି, ଆବେଦନକାରୀ ମହିଳା ଶୋଭା ତିଡକେ ଅନୁକମ୍ପା ଭାବେ ଚାକିରୀ ପାଇନାହାନ୍ତି । ତେଣୁ ସେ ଶାଶୁ ଶ୍ୱଶୁରଙ୍କୁ ଦେଖାଶୁଣା କରିବାକୁ ବାଧ୍ୟ ନୁହନ୍ତି ।
ବିଧବା ମହିଳାଙ୍କୁ ନେଇ ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ସ୍ୱାମୀଙ୍କ ମୃତ୍ୟୁ ପରେ ଶାଶୂ ଶ୍ୱଶୂରଙ୍କ ଭରଣପୋଷଣ ପାଇଁ ବାଧ୍ୟ ନୁହେଁ ବୋହୂ
/kanak/media/post_attachments/wp-content/uploads/2023/04/40-6.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)