ବଜେଟର ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ : ପଢନ୍ତୁ ଅନ୍ତରୀଣ cଜେଟରେ କାହାକୁ ଦିଆଗଲା ଗୁରୁତ୍ୱ

2,288

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ନୂଆ ସଂସଦ ଭବନରେ ମୋଦୀ ସରକାର ୨.୦ର ଶେଷ ବଜେଟ ଉପସ୍ଥାପନ କରିଛନ୍ତି । ନିର୍ମଳା ସୀତାରମଣ ନିଜ କାର୍ଯ୍ୟକାଳର ଶେଷ ବଜେଟ ଉପସ୍ଥାପନ କରିଛନ୍ତି । ଏହା ଅନ୍ତରୀଣ ବଜେଟ, ହେଲେ ସାଧାରଣ ଲୋକ ଏହି ବଜେଟ ଉପରେ ଅଧିକ ଆଶା ରଖିଥିଲେ । ମହିଳା, ଯୁବକ ଓ ଚାଷୀଙ୍କ ଉପରେ ଏହି ବଜେଟ ଅଧିକ ଗୁରୁତ୍ୱ ଦେଇଛି । ୫୭ ମିନିଟରେ ଅର୍ଥମନ୍ତ୍ରୀ ଦେଶର ଅର୍ଥ ବ୍ୟବସ୍ଥାକୁ ଜନତାଙ୍କ ସାମ୍ନାରେ ରଖିଥିଲେ ।

ତେବେ ଏହି ଅନ୍ତରୀଣ ବଜେଟରେ କଣ ମୁଖ୍ୟ ଜିନିଷ ରହିଥିଲା ଆସନ୍ତୁ ତାହାର ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ଉପରେ ନଜର ପକାଇବା ।
ଆୟକର
ବଜେଟରେ ଆୟକର ଛାଡ ସୀମା ଅପରିବର୍ତ୍ତିତ
ନୂଆ ବ୍ୟବସ୍ଥାରେ ୭ ଲକ୍ଷ ଯାଏଁ ନାହିଁ ଆୟକର
ଟିକସ ରିହାତି ପାଇଁ ଜୁଲାଇ ଯାଏଁ ଅପେକ୍ଷା କରିବାକୁ ପଡିବ
ଜୁଲାଇରେ ପୂର୍ଣ୍ଣାଙ୍ଗ ବଜେଟ ବେଳେ ମିଳିପାରେ ଟିକସ ରିହାତି
ଡାଇରେକ୍ଟ ଓ ଡାଇରେକ୍ଟ ଟ୍ୟାକ୍ସ ଅପରିବର୍ତ୍ତିତ

ପର୍ଯ୍ୟଟନ
ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟଗୁଡିକୁ ବିନା ସୁଧରେ ଦିଆଯିବ ଋଣ
ଲକ୍ଷାଦୀପ ପର୍ଯ୍ୟଟନର ଉନ୍ନତୀକରଣ ପାଇଁ ଋଣ ପ୍ରଦାନ କରାଯିବ
ବର୍ଦ୍ଧିତ ଲୋକ ସଂଖ୍ୟା ଆବଶ୍ୟକତାକୁ ପୂରଣ କରିପାରିବ କାର୍ଯ୍ୟକାରୀ ହୋଇଥିବା ଅର୍ଥବ୍ୟବସ୍ଥା

ରେଳ
ଆରମ୍ଭ ହେବ ୩ଟି ରେଳ କରିଡର
ବନ୍ଦେ ଭାରତ ପାଇଁ ନିର୍ମାଣ ହେବ ୪୦ ହଜାର ବଗି
ରେଲୱେକୁ ସମୁଦ୍ର ମାର୍ଗରେ ଯୋଡିବାକୁ ଯୋଜନା

ସ୍ୱାସ୍ଥ୍ୟ
ଆୟୁଷ୍ମାନଭାରତରେ ସାମିଲ ହେବେ ସବୁ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ
ସର୍ଭିକାଲ କ୍ୟାନ୍ସର ପାଇଁ ୯ରୁ ୧୪ ବର୍ଷ ବାଳିକାଙ୍କର ହେବ ମାଗଣା ଟିକାକରଣ
ସବୁ ଜିଲ୍ଲାରେ ହସ୍ପିଟାଲ ନିର୍ମାଣ କରିବା ରହିଛି ସରକାରଙ୍କ ଲକ୍ଷ୍ୟ

ଗୃହ ନିର୍ମାଣ
ମଧ୍ୟବିତ୍ତଙ୍କ ପାଇଁ ଗୃହ ନିର୍ମାଣ ଯୋଜନା
ପିଏମ ଆୱାସ ଯୋଜନାରେ ନିର୍ମାଣ ହେବ ୨ କୋଟି ଘର
ପୂର୍ବରୁ ଶେଷ ହୋଇଛି ୩ କୋଟି ଘର ନିର୍ମାଣ

କୃଷି
କୃଷିକୁ ପ୍ରୋତ୍ସାହିତ କରିବା ପାଇଁ କୃଷି କ୍ଷେତ୍ରରେ ଉଭୟ ଘରୋଇ ଏବଂ ସରକାରୀ ନିବେଶ କରାଯିବ
ଦୁଗ୍ଧ ଉତ୍ପାଦନରେ ମିିଳିବ ପ୍ରତ୍ସାହନ
ପିଏମ ଫସଲ ବୀମା ଯୋଜନା ମାଧ୍ୟମରେ ୪ କୋଟି କୃଷକଙ୍କୁ ମିଳିବ ଋଣ
ପିଏମ ମତ୍ସ୍ୟ ସମ୍ପଦ ଯୋଜନାକୁ ପ୍ରୋତ୍ସାହନ

ଶିକ୍ଷା
ଜାତୀୟ ଶିକ୍ଷା ନୀତି ଜରିଆରେ ଶିକ୍ଷାକୁ ଅଧିକ ଉପାଦେୟ କରାଯାଇଛି
୭ଟି ଆଇଆଇଟି, ୧୬ଟି ଟ୍ରିପଲ ଆଇଟି ୭ଟି ଆଇଆଇଏନ ପ୍ରତିଷ୍ଠା ହୋଇଛି
୧୩ଟି ଏମଏସ ଓ ୩୯୦ଟି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି

ବିକଶିତ ହେବ ଭାରତ
୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶ କରିବା ଲକ୍ଷ୍ୟ
ଗରିବ, ମହିଳା, କୃଷକ ଓ ଯୁବପିଢିଙ୍କ ଉପରେ ଦିଆଯିବ ଗୁରୁତ୍ୱ
ଗରିବ କଲ୍ୟାଣ ଦେଶର କଲ୍ୟାଣ
୨୫ କୋଟି ଲୋକଙ୍କ ଦାରିଦ୍ୟ ଦୂର ହୋଇଛି
ସମସ୍ତଙ୍କୁ ଶସକ୍ତ କରିବାର ପ୍ରୟାସ ଜାରି ରହିଛି
୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି
୧ କୋଟ ଘରକୁ ୩ ଶହ ୟୁନିଟ ବିଜୁଳି ଯୋଗାଣ ଯୋଜନା
ରୁଫ୍ ଟଫ୍ ସୋଲାର ସିଷ୍ଟମ ଜରିଆରେ ହେବ ବିଜୁଳି ଯୋଗାଣ