କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶା ପ୍ରଡ୍ୟୁସର ଆସୋସିଏସନ୍ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସାମିଲ ହୋଇଥିଲେ ଅଭିନେତା ମନୋଜ ମିଶ୍ର । ସଂଘର ସଭାପତି ସୁଧିର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ଫିଲ୍ମ ବିତରଣକୁ ନେଇ ସୃଷ୍ଟି ହୋଇଥିବା ଅବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଛି । ପଶ୍ଚିମ ଓଡ଼ିଶାର ସିନେମା ଗୁଡ଼ିକ ଯେମିତି ରାଜ୍ୟର ସବୁ ଅଞ୍ଚଳର ହଲରେ ପ୍ରଦର୍ଶିତ ହୋଇପାରିବ, ସେ ଦିଗରେ କିପରି ସରକାର ପଦକ୍ଷେପ ନେବେ ସେନେଇ ଆଲୋଚନା ହୋଇଛି । ଫିଲ୍ମ ବିତରଣ ଉପରେ ଉପୁଜିଥିବା ସମସ୍ୟା ଏବଂ ସମାଧାନ ବାହାର କରିବାକୁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ପ୍ରସ୍ତାବ ନିଆଯାଇଛି ।