ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି । ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର ।ହୋଇପାରେ ବଡ ଘୋଷଣା!

1,095

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ । ସମସ୍ତଙ୍କ ନଜର ଆଜି ଏହି ବୈଠକ ଉପରେ ରହିଛି । ଏହି କ୍ୟାବିନେଟ୍ ବୈଠକରେ ବଡ଼ ଘୋଷଣା କରିପାରନ୍ତି ରାଜ୍ୟ ସରକାର । ତେବେ କ୍ୟାବିନେଟର ଏଜେଣ୍ଡା ସମ୍ପର୍କରେ କୌଣସି ସଠିକ୍ ସୂଚନା ମିଳିନଥିଲେ ବି ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଏହି ବୈଠକ ବସୁଥିବାରୁ ଏକାଧିକ ବିଭାଗର ପ୍ରସ୍ତାବରେ କ୍ୟାବିନେଟ୍ ମୋହର ମାରିବ ବୋଲି ଚର୍ଚ୍ଚା ହେଉଛି ।