କନକ ବ୍ୟୁରୋ: ଅନ୍ତରୀଣ ଜାମିନ୍ ପାଇ ତିହାର ଜେଲରୁ ବାହାରିବା ପରେ ଆକ୍ସନ ମୋଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ବସୁଛି ଆମ୍ ଆଦମୀ ପାର୍ଟିର ଗୁରୁତ୍ୱପୂର୍ଣ୍ଣ ବୈଠକ, କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ବସୁଥିବା ବୈଠକରେ ଦଳର ସମସ୍ତ ବିଧାୟକ ମାନଙ୍କୁ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଲୋକସଭା ନିର୍ବାଚନ ପ୍ରସଙ୍ଗ ସହିତ ଅନ୍ୟାନ୍ୟ ରଣନୀତି ନେଇ ଏହି ବୈଠକରେ ଆଲୋଚନା କରାଯିବା ନେଇ ଚର୍ଚ୍ଚା ହେଉଛି । ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲ ଜେଲ ଯିବା ପରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଫାଇଲ ଗୁଡିକ ମଧ୍ୟ ଅଟକି ରହିଥିଲା । ଶନିବାର ଲୋକସଭା ନିର୍ବାଚନକୁ ନେଇ ଦିଲ୍ଲୀରେ ରୋଡ ସୋ କରିବା ସହ କେନ୍ଦ୍ରର ବିଜେପି ସରକାର ଉପରେ ପ୍ରବଳ ବର୍ଷିଛନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦେଶରୁ ଏକଛତ୍ରବାଦ ମୋଦୀ ସରକାରକୁ ହଟାଇବାକୁ ହେବ, ଏଥିପାଇଁ ଦିଲ୍ଲୀ ସମେତ ଦେଶବାସୀଙ୍କ ସମର୍ଥନ ଦରକାର ବୋଲି କେଜ୍ରିୱାଲ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଜୁନ ତାରିଖ ପରେ ଦେଶରେ ଇଣ୍ଡିଆ ମେଂଟର ସରକାର ଗଠନ ହେଲେ ଏଥିରେ ଆମ୍ ଆଦମୀ ପାର୍ଟିକୁ ସାମିଲ କରାଯିବ । ଆମ ସରକାର ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବ ବୋଲି କେଜ୍ରିୱାଲ କହିବା ସହ ଦିଲ୍ଲୀର ୭ରୁ ୭ଲୋକସଭା ଆସନ ଇଣ୍ଡିଆ ମେଂଟକୁ ଯିବ ବୋଲି ଦୃଢୋକ୍ତି ଦେଖାଇଛନ୍ତି ।