କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପ୍ରସ୍ତୁତି ନେଇ ପୁରୀ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବୈଠକ । ଶ୍ରୀନଅରରେ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ, ପରିଚାଳନା କମିଟି ସଦସ୍ୟ ଓ ପ୍ରଶାସନିକ ଅଧିକାରୀ ବୈଠକରେ ଯୋଗ ଦେଇଛନ୍ତି । ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବାକୁ ଯାଉଥିବାବେଳେ, କିଭଲି ଏହା ସଫଳତାର ସହ ସମ୍ପନ୍ନ ହେବ ସେନେଇ ବୈଠକରେ ଆଲୋଚନା କରାଯାଉଛି ।