କନକ ବ୍ୟୁରୋ: ପାଖାପାଖି ତିନି ବର୍ଷ ହେଲା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଛେଦ ମାମଲା କୋର୍ଟରେ ବିଚାରାଧୀନ ରହିଛି । ମାମଲା ଦିଲ୍ଲୀରୁ ଆସି କଟକ ଫ୍ୟାମିଲି କୋର୍ଟରେ ପହଁଚିଛି । ଶୁଣାଣି ଚାଲିଛି, ଉଭୟ ପକ୍ଷର ଓକିଲ ଯୁକ୍ତି ରଖୁଛନ୍ତି କିନ୍ତୁ କୌଣସି ନିଷ୍କର୍ଷ ବାହାରି ପାରୁନି । ଯାହାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅନୁଭବ । ଆଉ ଅନୁଭବଙ୍କ ଆବେଦନର ଶୁଣାଣି କରି ବଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତିନି ମାସ ଭିତରେ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment
  • ବର୍ଷା-ଅନୁଭବଙ୍କ ଛାଡପତ୍ର ମାମଲାରେ ନୂଆ ମୋଡ
  • ତିନି ମାସ ଭିତରେ ଶୁଣାଣି ସାରିବାକୁ କହିଲେ ହାଇକୋର୍ଟ

ରାଜ୍ୟର ବହୁ ଚର୍ଚ୍ଚିତ ଓଲିଉଡ୍ ଦମ୍ପତି ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଛେଦ ହେବ କି ନାହିଁ? ନା ଦୁହେଁ ପୁଣି ଥରେ ଏକାଠି ହେବେ? ଏହା ଜାଣିବାକୁ ଲୋକେ ଅପେକ୍ଷା କରିଥିବାବେଳେ, ଅନୁଭବଙ୍କ ପକ୍ଷରୁ କରାଯାଇଥିବା ଏକ ଆବେଦନର ଶୁଣାଣି କରି ଫ୍ୟାମିଲି କୋର୍ଟକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ

  • ୪ସପ୍ତାହ ଭିତରେ ଜବାବ ସୁଆଲ ଶେଷ କର
  • ଛାଡପତ୍ର ଆବେଦନର ଶୁଣାଣି ୩ମାସ ଭିତରେ ଶେଷ କର

ଫ୍ୟାମିଲି କୋର୍ଟରେ ଶୁଶାଣି ବିଳମ୍ବ ହେଉଥିବା ଦର୍ଶାଇ ହାଇକୋର୍ଟରେ ଆବେଦନ କରିଥିଲେ ଅନୁଭବ । ଅହେତୁକ ବିଳମ୍ବ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ହେଉଥିବା ଦର୍ଶାଇଥିଲେ ଅନୁଭବଙ୍କ ଓକିଲ । ବର୍ଷାଙ୍କୁ କୋର୍ଟ ଅନୁକମ୍ପା ଦେଖାଉଥିବା ଅଭିଯୋଗ ଆଣି ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ ଏବଂ ମାମଲାର ତ୍ୱରିତ ଫଇସଲା କରିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ।

ସୂଚନାଯୋଗ୍ୟ ଯେ, ୨୦୨୦ରେ ଦିଲ୍ଲୀ ପଟିଆଲା କୋର୍ଟରେ ବିବାହ ବିଛେଦ ମାମଲା ଦାଖଲ କରିଥିଲେ ଅନୁଭବ ମହାନ୍ତି । କିନ୍ତୁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ କଟକରେ ରହୁଥିବାରୁ ଦିଲ୍ଳୀ କୋର୍ଟରେ ହାଜର ହେବା ସମ୍ଭବ ନୁହେଁ ଦର୍ଶାଇ, ଓଡି଼ଶା ହାଇକୋର୍ଟରେ ମାମଲାର ଶୁଣାଣି କରାଯାଉ ବୋଲି ନିବେଦନ କରିଥିଲେ । ତା ପରେ କଟକ ହାଇକୋର୍ଟରେ ବର୍ଷା- ଅନୁଭବ ମାମଲାର ବିଚାର ଆରମ୍ଭ ହୋଇଥିଲା । ହେଲେ, ପରବର୍ତ୍ତୀ ସମୟରେ ବର୍ଷା ଘରୋଇ ହିଂସାର ଶିକାର ହେଉଥିବା ଅଭିଯୋଗ ଆଣି ଫ୍ୟାମିଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଉ ସେବେଠାରୁ କଟକ ଫ୍ୟାମିଲି କୋର୍ଟରେ ମାମଲାର ଶୁଣାଣି ଚାଲିଛି ।