ବିମାନରେ ଭୁବନେଶ୍ୱର ଆସୁଥିଲେ ଧ୍ୟାନଦିଅନ୍ତୁ । ଦେଖାଇବାକୁ ପଡିବ କୋଭିଡ୍ ରିପୋର୍ଟ । ରିପୋର୍ଟ ନଥିଲେ ହେବ ଆଣ୍ଟିଜେନ୍ ଟେଷ୍ଟ ।

570

କନକ ବ୍ୟୁରୋ: ବିମାନରେ ଭୁବନେଶ୍ୱର ଆସୁଥିଲେ ଧ୍ୟାନ ଦିଅନ୍ତୁ । ଏଣିକି ବିମାନରେ ଭୁବନେଶ୍ୱର ଆସିଲେ କୋଭିଡ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ନେଗେଟିଭ୍ ରିପୋର୍ଟ ଥିଲେ କିମ୍ବା କରୋନା ଟୀକା ନେଇଥିଲେ ତାହାର ରିପୋର୍ଟ ଦେଖାଇବାକୁ ହେବ । ୪୮ ଘଣ୍ଟା ଭିତରେ ଆରଟିପିସିଆର ଟେଷ୍ଟ କରିଥିବା ଜରୁରୀ ।

ତେବେ ଯଦି ରିପୋର୍ଟ ନଥାଏ ବିମାନବନ୍ଦରରେ ହେବ ଆଣ୍ଟିଜେନ୍ ଟେଷ୍ଟ । ନେଗେଟିଭ୍ ଆସିଲେ ଗନ୍ତବ୍ୟସ୍ଥଳକୁ ଯାଇପାରିବେ । ପଜିଟିଭ ଆସିଲେ ସଂଗରୋଧ ରହିବା ବାଧ୍ୟତାମୂଳକ । କୋଭିଡ୍ କେୟାର ହୋମ୍ କିମ୍ବା କ୍ୱାରେଣ୍ଟିନ୍ କେନ୍ଦ୍ରରେ ରହିବା ବାଧ୍ୟାତାମୂଳକ । କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।