ନିୟମ ପାଇଁ ଲାଇନ୍ ! ଜାଣନ୍ତୁ ରାସ୍ତାରେ ଥିବା ଧଳା ଓ ହଳଦିଆ ଲାଇନର କଣ ରହିଛି ଗୁରୁତ୍ୱ

51

ଭାରତରେ ଅନେକ ଲୋକ କେବେ ବି ଟ୍ରାଫିକ୍ ନିୟମକୁ ନେଇ ସଚେତନ ନଥାନ୍ତି । ଏପରିକି ଆମ ମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ଟ୍ରାଫିକ୍ ନିୟମ ମାନେ ନାଲି, ହଳଦୀ ଏବଂ ସବୁଜ ଆଲୁଅ ଯାହା ପାଇଁ ଆମେ ଗାଡି ଅଟକାଇ ଥାଉ ଅବା ଯାଇଥାଉ । ଡ୍ରାଇଭ୍ କରିବା ସମୟରେ ରାସ୍ତାର ଅନେକ ସ୍ଥାନରେ ଧଳା ଏବଂ ହଳଦିଆ ଲାଇନ୍ ପଡିଥିବାର ଦେଖାଯାଏ । କେତେବେଳେ ଏହା ଗୋଟିଏ ସିଧା ଲାଇନ ହୋଇଥିବା ବେଳେ କେତେକ ସ୍ଥାନରେ ଏହା ଭାଗ ଭାଗ ହୋଇଥାଏ । କିନ୍ତୁ କେବେ ଆପଣ ଭାବିଛନ୍ତି କଣ ପାଇଁ ଏ ଲାଇନ୍ ଆଉ ଟ୍ରାଫିକ୍ ନିୟମରେ ଏହାର ଗୁରୁତ୍ୱ କଣ ? ଯଦି ଜାଣି ନାହାଁନ୍ତି ତେବେ ନଜର ପକାନ୍ତୁ କଣ ରହିଛି ଏହି ଲାଇନର ଗୁରୁତ୍ୱ ।

ସଲିଡ୍ ଧଳା ଲାଇନ୍ : ଯେଉଁ ସ୍ଥାନରେ ଏପରି ଲାଇନ୍ ରହୁଛି ଏହାର ଅର୍ଥ ହେଉଛି ଆପଣ ଆପଣଙ୍କ ଲେନ୍ ବଦଳାଇବା ଅନୁଚିତ୍ । ଅର୍ଥାତ୍ ଯେଉଁ ଲେନରେ ଯାଉଛନ୍ତି ସେଇ ଲେନରେ ହି ଯାଆନ୍ତୁ ।

ଭାଗ ଭାଗ ହୋଇଥିବା ଧଳା ଲାଇନ୍ : ଏହାର ଅର୍ଥ ହେଉଛି ଆବଶ୍ୟକ ପଡିଲେ ଆପଣ ଆପଣଙ୍କ ଲେନ୍ ବଦଳାଇପାରିବେ । କିନ୍ତୁ ସାବଧାନତାର ସହ । ଯଦି ଆପଣ ନିରାପଦରେ ଲେନ୍ ବଦଳାଇ ପାରୁଛନ୍ତି ତେବେ କୌଣସି ଅସୁବିଧା ନାହିଁ ।

ଗୋଟିଏ ସଲିଡ୍ ହଳଦିଆ ଲାଇନ୍ : ଏହାର ଅର୍ଥ ହେଉଛି ଆପଣ ଅନ୍ୟ ଗାଡିକୁ ଓଭରକେଟ୍ କରି ପାରିବେ । କିନ୍ତୁ ସେହି ହଳଦିଆ ଲାଇନକୁ ଟପିକି ଆରପଟକୁ ଯାଇ ପାରିବେ ନାହିଁ । ତେବେ ନିୟମ ରାଜ୍ୟ ଅନୁଯାୟୀ ପରିବର୍ତ୍ତନ ହୋଇଥାଏ । ଯେପରି ତେଲେଙ୍ଗାନାରେ ଏପରି ଲାଇନର ଅର୍ଥ ହେଉଛି ଅନ୍ୟ ଗାଡିକୁ ଓଭରଟେକ୍ କରି ପାରିବେ ନାହିଁ ।

ଦୁଇଟି ସଲିଡ୍ ହଳଦିଆ ଲାଇନ୍ : ଯେଉଁ ସ୍ଥାନରେ ଏପରି ଲାଇନ୍ ଥାଏ, ଏହାର ଅର୍ଥ ହେଉଛି ଏହି ହଳଦିଆ ଲାଇନ୍ ଉପର ଦେଇ ଅନ୍ୟ ଗାଡିକୁ ଟପି ଯାଇ ପାରିବେନି ।

ଭାଗ ଭାଗ ହୋଇଥିବା ହଳଦିଆ ଲାଇନ୍ : ତେବେ ଏପରି ସ୍ଥାନରେି ଆପଣ ଏହି ହଳଦିଆ ଲାଇନ୍ ଉପର ଦେଇ ଅନ୍ୟ ଗାଡିକୁ ଟପି ପାରିବେ କିନ୍ତୁ ସାବଧାନତାର ସହ ।

ଗୋଟିଏ ସଲିଡ୍ ଏବଂ ଗୋଟିଏ ଭାଗ ଭାଗ ହୋଇଥିବା ହଳଦିଆ ଲାଇନ୍ : ଏହାର ଅର୍ଥ ହେଉଛି ଅନ୍ୟ ଗାଡିକୁ ଓଭରଟେକ୍ ବା ୟୁଟର୍ଣ୍ଣ ନେବା ପାଇଁ ଏହି ଲାଇନକୁ ଟପି ପାରିବେ ନାହିଁ । ଆପଣ ଯେଉଁ ଲେନରେ ଯାଆନ୍ତୁ ନା କାହିଁକି ସେହି ସମାନ ଲେନ୍ ଓ ଦିଗକୁ ଅପରିବର୍ତ୍ତି ରଖିବେ । କିନ୍ତୁ ଯଦି ଆପଣ ସେହି ରାସ୍ତାକୁ ଛାଡିବାକୁ ଚାହୁଁଛନ୍ତି ବା ଅନ୍ୟ ରାସ୍ତାରେ ପ୍ରବେଶ କରିବାକୁ ଚାହୁଁଛନ୍ତି ତେବେ ଏହି ହଳଦିଆ ଲାଇନକୁ କ୍ରସ୍ କରି ପାରିବେ ।

ଏହା ସହ ଦେଖନ୍ତୁ ଆଇନ୍ ଅନୁଯାୟୀ ସେକ୍ସ ! ନିୟମ ନମାନିଲେ ବିଭିନ୍ନ ଦେଶରେ ମିଳେ ଭିନ୍ନ ଭିନ୍ନ ଦଣ୍ଡ