ଓଡିଶାରେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ ବୈଠକ: ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୃଷି ବିଭାଗର ପ୍ରମୁଖ ସଚିବ, ସ୍ୱତନ୍ତ୍ର ସଚିବ, ନିର୍ଦ୍ଦେଶକଙ୍କୁ ନେଇ ଆଲୋଚନା; ସେପଟେ ଓୟୁଏଟି ଜାରି କଲା ମାର୍ଗଦର୍ଶିକା

2,061

କନକ ବ୍ୟୁରୋ: ଓଡିଶାରେ ସମ୍ଭାବ୍ୟ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ କୃଷି ଭବନରେ ବୈଠକ ବସିଛି । ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ, ସ୍ୱତନ୍ତ୍ର ସଚିବ, ନିର୍ଦ୍ଦେଶକଙ୍କୁ ନେଇ ଆଲୋଚନା ହୋଇଛି । ରାଜ୍ୟରେ ପଙ୍ଗୁପାଳ ଆକ୍ରମଣରୁ ଫସଲକୁ ରକ୍ଷା କରିବା ପାଇଁ ରଣନୀତି ପ୍ରସ୍ତୁତ ହେଉଛି । ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣକୁ ନେଇ ଓୟୁଏଟି ପକ୍ଷରୁ ଗତକାଲି ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି ।

ପାକିସ୍ତାନ ପଟୁ କୋଟି କୋଟି ସଂଖ୍ୟାରେ ପଙ୍ଗପାଳ ଭାରତ ଆଡକୁ ମାଡିଆସୁଛି । ଫସଲ ଖାଇଯାଉଥିବା ଏହି କୀଟ ରାଜସ୍ଥାନରେ ବ୍ୟାପକ ଫସଲ ନଷ୍ଟ କରିବା ପରେ ଏବେ ମଧ୍ୟପ୍ରଦେଶରେ ପଂହଚିସାରିଲାଣି । ଓଡିଶା ଆସିବା ସମ୍ଭାବନାକୁ ଏଡାଇଦିଆଯାଇନପାରେ । ତେଣୁ ଏ ନେଇ ଚାଷୀଙ୍କୁ ସତର୍କ କରାଇଛି ଓୟୁଏଟିର ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ । ଏଥିରେ ପଙ୍ଗପାଳଙ୍କ ଆକ୍ରମଣରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ।

ସେପଟେ ଓୟୁଏଟି ଏକ୍ସଟେନ୍ସନ ଡିନ୍ ଲଳିତ ମୋହନ ଗଡ଼ନାୟକ କହିଛନ୍ତି, ଓଡିଶା ଚାଷୀ ପଙ୍ଗପାଳ ପାଇଁ ବ୍ୟସ୍ତ ହେବା ଆବଶ୍ୟକ ନାହିଁ । ଓଡିଶାରେ ନିକଟ ଅତୀତରେ କେବେ ପଙ୍ଗପାଳ ଆକ୍ରମଣ ହୋଇନାହିଁ । ପୂର୍ବ ଆଫ୍ରିକାେ ଅଦିନିଆ ବର୍ଷା ଫଳରେ ଏହି ପଙ୍ଗପାଳଙ୍କ ଉତ୍ପତି ହୋଇଛି । ଏହା କ୍ରମେ ଭାରତର କିଛି ରାଜ୍ୟକୁ ଆସିଯାଇଛନ୍ତି । ଲିମ୍ବ ତେଲ ଫସଲରେ ପ୍ରୟୋଗ କରିବାକୁ ପରାମର୍ଶ ଦିଆଯାଇଛି । ଯଦି ପଡୋଶୀ ରାଜ୍ୟ ଛତିଶଗଡକୁ ଆସନ୍ତି ତେବେ ସୀମାନ୍ତବର୍ତୀ ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି ।