କନକ ବ୍ୟୁରୋ: ପଶ୍ଚିମା ଝଡ଼ ପ୍ରଭାବରେ ନଷ୍ଟ ହୋଇଗଲା ଚିନାବାଦାମ ଫସଲ । ବର୍ଷା ଯୋଗୁଁ ଶହ ଶହ ହେକ୍ଟର ଚିନାବାଦାମ ଫସଲ ନଷ୍ଟ ହୋଇଯାଇଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଦୁଇ ଦିନ ଧରି ବର୍ଷା ହେବା ଫଳରେ ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଚାଷୀମାନେ ଆଉ କିଛିଦିନ ମଧ୍ୟରେ ଚିନାବାଦାମ ଅମଳ କରିଥାନ୍ତେ । ହେଲେ ଅମଳ ପୂର୍ବରୁ ଚିନାବାଦାମ ଫସଲ ନଷ୍ଟ ହୋଇଯାଇଛି ।
ପଶ୍ଚିମା ଝଡର ପ୍ରଭାବ, କୃଷ୍ଣପ୍ରସାଦ ବ୍ଲକରେ ନଷ୍ଟ ହୋଇଗଲା ଚିନାବାଦାମ ଫସଲ।
/kanak/media/post_attachments/wp-content/uploads/2023/03/vlcsnap-2023-03-19-15h33m04s570.png)