କନକ ବ୍ୟୁରୋ : ବାତ୍ୟାରେ ପବନର ବେଗ ଅଧିକ ନ ରହିଲେ ବି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନା ମୁତବାକ, ଆସନ୍ତା ୧୦ ତାରିଖରେ ୩ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାର ଗୋଟିଏ ଅବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ତିନିଟି ଜିଲ୍ଲାରେ ୭୦ରୁ ୧୦୦- ୧୧୦ ମିଲିମିଟିର ବର୍ଷା ହୋଇପାବେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Advertisment

ସେହିପରି ୧୧ ତାରିଖରେ ପାଖାପାଖି ୫ଟି ଜିଲ୍ଲା ଯଥା-ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାରର ସମ୍ଭାବନା ରହିଛି । ସେହିପରି ୧୨ ତାରିଖରେ ୬ ଟି ଜିଲ୍ଲା ଯଥା -ପୁରୀ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର କଟକ ଏବଂ ଜଗତସିଂହପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କୌଣସି ପ୍ରକାରର ଜରୁରୀ ପରିସ୍ଥତିର ମୁକାବିଲା ପାଇଁ ଏହି ସବୁ ଜିଲ୍ଲା ପ୍ରସାସନକୁ ସତର୍କ ରଖାଯାଇଛି ।