ଋଣ ପାଇଁ ଏବେ ଦେବାକୁ ପଡିବ ଅଧିକ ସୁଧ । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବଢାଇବାପରେ ମହଙ୍ଗା ହେବ ସମସ୍ତ ପ୍ରକାର କିସ୍ତି ।

163

କନକ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କର ରେପୋ ରେଟରେ ବୃଦ୍ଧି ହୋଇଛି ଏବଂ ରେପୋ ରେଟରେ ବୃଦ୍ଧି ହେବା ଯୋଗୁଁ ହୋମ ଲୋନ, କାର ଲୋନ ଓ ପର୍ସନାଲ ଲୋନ ଗୁଡିକ ମହଙ୍ଗା ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କର ରେପୋ ରେଟ ବଢିବା ପରେ ଆଇସିଆସିଆଇ ବ୍ୟାଙ୍କ ନିଜ ଇବିଏଲଆର’ ରେଟକୁ ବଢାଇ ଦେଇଛି । ଇବିଏଲଆର ବା ଏକ୍ସଟରନାଲ ବେଞ୍ଚମାର୍କ ଲେଣ୍ଡିଙ୍ଗ ରେଟ ବୃଦ୍ଧି ହେବା ଦ୍ୱାରା ଲୋନର ସୁଧ ହାର ବଢିଥାଏ ଏବଂ ଏହାର ସିଧାସଳଖ ପ୍ରଭାବ ଗ୍ରାକକଙ୍କ ଇଏମଆଇରେ ପକାଇଥାଏ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟକୁ ବୃଦ୍ଧି କରିଛି । ଆରବିଆଇର ରେପୋ ରେଟ ୦.୪୦ ପ୍ରତିଶତ ବଢି ୪. ୪୦ ପ୍ରତିଶତ ରହିଛି । ସେହିପରି ସିଆରଆର ବା କେସ ରିଜର୍ଭ ରେସିଓ ମଧ୍ୟ ୪ ପ୍ରତିଶତରୁ ବଢି ୪. ୫୦ ପ୍ରତିଶତରେ ପହଞ୍ଚିଛି ଏବଂ ଆରବିଆଇ ରେପୋ ରେଟରେ ବୃଦ୍ଧି ହେବା ଗ୍ରାହକଙ୍କ ଉପରେ ସିଧାସଳକ ପ୍ରଭାବ ପକାଇବାକୁ ଯାଉଛି । ରେପୋ ରେଟ ବଢିବା ଫଳରେ ହୋମ ଲୋନ, କାର ଲୋନ ଓ ପର୍ଶନାଲ ଲୋନର ଇଏମଆଇ ମଧ୍ୟ ବଢିବାକୁ ଯାଉଛି । ଏହାରି ଭିତରେ ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକଙ୍କୁ ଏକ ବଡ ଝଟକା ଦେଇଛି । ବ୍ୟାଙ୍କ ନିଜର ‘ଇବିଏଲଆର’ ବା ଏକ୍ସଟରନାଲ ବେଞ୍ଚମାର୍କ ଲେଣ୍ଡିଙ୍ଗ ରେଟକୁ ବଢେଇ ଦେଇଛି । ବ୍ୟାଙ୍କ ନିଜ ଇବିଏଲଆର’ ରେଟକୁ ବଢାଇ ୮.୧୦ ପ୍ରତିଶତ କରିଦେଇଛି ଏବଂ ଏହାର ପ୍ରଭାବ ଗ୍ରାହକଙ୍କ ଇଏମଆଇ ଉପରେ ଓ ମାସିକ ବଜେଟ ଉପରେ ପଡିବାକୁ ଯାଉଛି ।

ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ରେପୋ ରେଟର ଅର୍ଥ କ’ଣ ? ଏହା ବଢିବା ଦ୍ୱାରା ଗ୍ରାହକଙ୍କ ଉପରେ କଣ ପ୍ରଭାବ ପଡେ ? ଆସନ୍ତୁ ଜାଣିବା ରେପୋ ରେଟ କଣ ?

ରେପୋ ରେଟ; ଯେମିତି ଜଣେ ସାଧାରଣ ନାଗରୀକ ନିଜ ଆବଶ୍ୟକତା ପୂରଣ କରିବା ପାଇଁ ବ୍ୟାଙ୍କରୁ ରୁଣ ଆଣିଥାଏ, ଠିକ ସେମିତି ବ୍ୟାଙ୍କ ଗୁଡିକ ମଧ୍ୟ ନିଜ ଆବଶ୍ୟକତା ପୁରଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କଠାରୁ ଋଣ ଆଣିଥାନ୍ତି ଏବଂ ଆରବିଆଇ ଯେଉଁ ସୁଧ ହାରରେ ବ୍ୟାଙ୍କକୁ ୠଣ ଦିଏ ସେହି ସୁଧ ହାରକୁ ‘ରେପୋ ରେଟ’ କୁହାଯାଏ । ଯଦି ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟକୁ ବଢାଇ ବ୍ୟାଙ୍କ ଗୁଡିକୁ ଅଧିକ ସୁଧ ହାରରେ ଋଣ ଦିଏ ତେବେ ବ୍ୟାଙ୍କ ଗୁଡିକ ମଧ୍ୟ ଗ୍ରାହକଙ୍କୁ ଦେଉଥିବା ଋଣରେ ସୁଧହାରକୁ ବଢାଇ ଦେଇଥାନ୍ତି ଏବଂ ଅଧିକ ସୁଧହାର ସିଧା ଇଏମଆଇ ଓ ମାସିକ ବଜେଟ ଉପରେ ପ୍ରଭାବ ପକାଇଥାଏ ।

ସେହିପରି ଇବିଏଲଆର ବା ଏକ୍ସଟରନାଲ ବେଞ୍ଚମାର୍କ ଲେଣ୍ଡିଙ୍ଗ ରେଟର ଅର୍ଥ ହେଲା, ଏକ ନ୍ୟୁନତମ ସୁଧ ଦର ଏବଂ ଏହି ନ୍ୟୁନତମ ସୁଧହାରରେ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଋଣ ଦେଇଥାଏ । ୨୦୧୯ ମସିହାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଏକ୍ସଟରନାଲ ବେଞ୍ଚମାର୍କ ଲେଣ୍ଡିଙ୍ଗ ରେଟ ନିୟମ ତିଆରି କରିଥିଲା । ଯେ କୌଣସି ବ୍ୟାଙ୍କର ଇବିଏଲଆର ରେଟ ଯେତେ ଅଧିକ ସେହି ବ୍ୟାଙ୍କର ସୁଧହାର ମଧ୍ୟ ସେତେ ଅଧିକ । ଯେ କୌଣସି ଲୋନର ସୁଧହାର ଯେତେବେଳେ ବଢିଯାଏ, ସେତେବେଳେ ଇଏମଆଇ ରେଟ ମଧ୍ୟ ବଢିଯାଇଥାଏ ଏବଂ ଯେତେବେଳେ ମାସିକ ଇଏମଆଇ ବଢେ, ଏହା ପରିବାରର ମାସିକ ବଜେଟ ଉପରେ ପ୍ରଭାବ ପକାଇଥାଏ ।