କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବ । ବ୍ରହ୍ମପୁରରେ ଅକ୍ସିଜେନ୍ କଳାବଜାରୀ ନେଇ ଖବର ପ୍ରସାରଣ ପରେ ତନାଘନା ଆରମ୍ଭ ହୋଇଛି । ବ୍ରହ୍ମପୁର ପୋଲିସ ସହଯୋଗରେ ଡ୍ରଗ ବିଭାଗ ଅନେକ ସ୍ଥାନରେ ଚଢ଼ାଉ କରିଛି । ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଶ୍ରୀ ସର୍ଜିକାଲ ଉପରେ ଚଢ଼ାଉ କରି ୯ଟି ଅକ୍ସିଜେନ ସିଲିଣ୍ଡର ଜବତ କରିଛି ଡ୍ରଗ ବିଭାଗ । ସିଲିଣ୍ଡରର ଦାମ ୬-୭ ହଜାର ଟଙ୍କା ଭିତରେ ଥିବା ବେଳେ ଅସାଧୁ ବ୍ୟବସାୟୀ ୩୩ ହଜାର ଟଙ୍କାର ବିକ୍ରି କରୁଥିଲେ ।
ଏ ନେଇ ଅନୁସନ୍ଧାନମୂଳକ ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପର ହୋଇ ଉଠିଥିଲା । କରୋନାର ଦ୍ୱିତୀୟ ଲହରରେ ଅଧିକ ସଂଖ୍ୟାରେ ରୋଗୀ ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଆକ୍ରାନ୍ତ ଶ୍ୱାସ କ୍ରିୟାରେ କଷ୍ଟ ଅନୁଭବ କରୁଥିବାରୁ ସେମାନେ ଘରେ ଅକ୍ସିଜେନ ଆବଶ୍ୟକ କରୁଛନ୍ତି । ଏହାର ସୁଯୋଗ ନେଇ କିଛି ମୁନାଫା ଖୋର ବ୍ୟବସାୟୀମାନେ ଅକ୍ସିଜେନ ସିଲିଣ୍ଡରର କଳାବଜାରୀ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/9-18.jpg)