କନକ ବ୍ୟୁରୋ : ଲଗାଣ ବର୍ଷାରେ ବେହାଲ ଚାଷୀକୂଳ । ବତ୍ୟା ଜୱାଦର ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଜନ ଜିବନ ଅସ୍ତବ୍ୟସ୍ତ କରିପକାଇଛି । ଜିଲ୍ଲାର ମହାକାଳପଡା , ମାର୍ଶାଘାଈ ଏବଂ ଗରଦପୁର ବ୍ଲକର ବିଭିନ୍ନ ଅଂଚଳରେ ପାଣି ଜମି ରହି ଜଳାର୍ଣ୍ଣବ ପରିସ୍ଥିତି ଦେଖାଦେଇଛି । ଧାନ ଜମିରେ ବର୍ଷା ପାଣି ଲହଡି ମାରୁଛି । ଫଳରେ ଧାନ ଫସଲ ବୁଡି ରହି ଗଜା ହୋଇଯିବା ସହିତ ନଷ୍ଟ ହେବାଭଳି ପରିସ୍ଥିତି ଦେଖାଦେଇଛି । ଏହା ସହିତ ପନିପରିବା ଫସଲ ସହିତ ଡାଲି ଜାତୀୟ ବିରି, ମୁଗ ଏବଂ କୋଳଥ ପ୍ରଭୁତି ଫସଲ ମଧ୍ୟ ନଷ୍ଟ ହୋଇଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଜୱାଦ ପ୍ରଭାବରେ ଅସ୍ତରଙ୍ଗରେ ପ୍ରବଳ ବର୍ଷା ଜାରି ରହିଛି । ଏହା ସମୁଦ୍ର ମଧ୍ୟ ଅଶାନ୍ତ ରହିଛି । ପ୍ରବଳ ବର୍ଷା ଯୋଗୁଁ ପାଚିଲା ଧାନ କ୍ଷେତରେ ପାଣି ଜମି ଫସଲ ନଷ୍ଟ ହୋଇଛି । ବର୍ଷା ଓ ପବନ ମାଡ଼ ଯୋଗୁଁ ବିଲରେ ଶୋଇଛି ପାଚିଲା ଧାନ ଗଛ । ସେହିପରି ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଛି । କୋବି, ବାଇଗଣ, ଝୁଡ଼ଙ୍ଗ ଭଳି ଅନ୍ୟାନ ପନି ପରିବା ନଷ୍ଟ ହୋଇଛି । ଫଳରେ ଚିନ୍ତାରେ ପଡ଼ିଛନ୍ତି ଚାଷୀକୂଳ । ସେହିପରି ନୟାଗଡ଼ରେ ବର୍ଷା ଜାରି ରହିଛି । ବର୍ଷାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି ଧାନ ଚାଷୀ । ଧାନ ବିଲରେ ପବନ ବର୍ଷା ଯୋଗୁଁ ଶୋଇ ରହିଛି ଧାନ ଚାଷ । ଅଦିନିଆ ବର୍ଷା ଚାଷୀଙ୍କ ପାଇଁ କାଳ ହୋଇଛି ।