କନକ ବ୍ୟୁରୋ ; କୋଟା ଭିତରେ କୋଟା ବ୍ୟବସ୍ଥା ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ତେଜିଛି ପ୍ରତିବାଦ। ଦେଶବ୍ୟାପି ବିଭିନ୍ନ ସଂଗଠନ ପକ୍ଷରୁ ସକାଳୁ ସନ୍ଧ୍ୟା ପର୍ୟ୍ୟନ୍ତ ବନ୍ଦ ପାଳନ କରାଯାଇଛି। ଓଡିଶାର ସମସ୍ତ ଜିଲ୍ଳାରେ ମଧ୍ୟ ବନ୍ଦ ପାଳନ କରାଯାଇଛି। ରାୟର ପୁନଃବିର୍ଚାର କରିବା ଦାବିରେ ବିଭିନ୍ନ ଦଳିତ ଓ ଆଦିବାସୀ ସଂଗଠନ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି। ବିଭିନ୍ନ ସ୍ଥାନରେ ରେଳ ରୋକ୍ କରିଥିବା ଦେଖିବାକୁ ମିଳିଛି। ପିକେଟିଂ କରି ପ୍ରତିବାଦ ଜଣାଇଛନ୍ତି।

Advertisment

ବନ୍ଦ ଯୋଗୁଁ ବିଭିନ୍ନ ସ୍ଥାନରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦକ୍ଷିଣ ଓଡିଶାର ସବୁଠାରୁ ବଡ ସହର ବ୍ରହ୍ମପୁରରୁ ଗଜପତି, ରାୟଗଡା, ଫୁଲବାଣୀ, ନବରଂଗପୁରକୁକୁ ଗାଡି ନଗଡିବାରୁ ବାହାରୁ ଆସିଥିବା ଲୋକେ ଅଟକି ରହିଥିଲେ। .. ସେହିପରି ପଶ୍ଚିମଓଡିଶାର ଅଧିକାଂଶ ଜିଲ୍ଲାରେ ଗାଡି ଚଳାଚଳ ସ୍ବାଭାବିକ ନଥିବାରୁ ଯାତ୍ରୀ ହନ୍ତସନ୍ତ ହୋଇଥିଲେ।

ଉପକୂଳ ଓଡିଶାରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। ପ୍ରତିବାଦ ଏତେ ଜୋରରେ ହୋଇନଥିଲେ ବି ଦିନ ଭୟରେ ଲୋକେ ସକାଳୁ ଘରୁ ବାହାରି ନଥିଲେ। ଯାହାଫଳରେ କଟକ ବାଦାମବାଡି ସମେତ ବିଭିନ୍ନ ସ୍ଥାନରେ ଯାତ୍ରୀ ନହେବାରୁ ବସ୍ ଛିଡା ହୋଇ ରହିଥିଲା। କାଁ ଭାଁ ଯାତ୍ରୀକୁ ନେଇ ହାତଗଣତି ବସ୍ ଗଡିଥିଲା।

ଅନ୍ୟପଟେ ବିଧାନସଭାରେ ମଧ୍ୟ ଅନୂସୂଚିତ ଜାତି, ଅନୂସୂଚିତ ଜନଜାତିଙ୍କ ସୁରକ୍ଷା ପ୍ରସଙ୍ଗ ବିଧାନସଭାରେ ମଧ୍ୟ ଉଠିଥିଲା। କଂଗ୍ରେସ ସଦସ୍ୟମାନେ ଏସସି ଓ ଏସଟି ବର୍ଗର ସୁରକ୍ଷା ଦାବି କରି ଗୃହ ଭିତରେ ହଟ୍ଟଗୋଳ କରିଥିଲେ।