ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକରେ ଅଭିନବ ପ୍ରତିବାଦ । ମମିତାକୁ ନ୍ୟାୟ ଦାବିରେ ମୁଣ୍ଡନ ହେଲେ କଂଗ୍ରେସ କର୍ମୀ

96

କନକ ବ୍ୟୁରୋ : କଂଗ୍ରେସର ଛଅ ଘଂଟିଆ ହରତାଳ । ଅଭିନବ ଢ଼ଙ୍ଗରେ ସାମୁହିକ ମୁଣ୍ଡନ ହୋଇ ପ୍ରତିବାଦ କଲେ କଂଗ୍ରେସ କର୍ମୀ । ନବରଙ୍ଗପୁର ଜିଲ୍ଲା ଚନ୍ଦା ହାଣ୍ଡି ବ୍ଲକ୍ କଂଗ୍ରେସ କମିଟି ତରଫରୁ କର୍ମୀ ମନେ ଅଭିନବ ଢଙ୍ଗ ରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ କଂଗ୍ରେସ କର୍ମୀ ମାନେ ପିକେଟିଂ କରିବା ସହ ଦୋକାନ ବଜାର ବନ୍ଦ କରିବାକୁ ଅନୁରୋଧ କରିଥିଲେ ।

ପିସିସି ସମ୍ପାଦକ କ୍ଷେମରାଜ୍ ବାଘଙ୍କ ନେତୃତ୍ୱରେ କର୍ମୀମାନେ ସାମୁହିକ ଭାବେ ମୁଣ୍ଡନ ହୋଇ ମମୀତାର ଆତ୍ମାର ସତଗତି କାମନା ସହ ତାଙ୍କ ନ୍ୟାୟ ଦାବି କରିଛନ୍ତି । ଏହି ସାମୁହିକ ମୁଣ୍ଡନ୍ କାର୍ଯ୍ୟକ୍ରମରେ ନିଜେ ପିସିସି ସମ୍ପାଦକ କ୍ଷେମରାଜ୍ ବାଘ ମୁଣ୍ଡନ ହୋଇଥିଲେ । ଏଭଳି ଅଭିଯାନ ଉପାୟରେ ପ୍ରତିବାଦକୁ ଜନସାଧାରଣ ଗ୍ରହଣ କରିଥିବା ବେଳେ ମମିତା ପ୍ରସଙ୍ଗ ପୁଣି ଜୋର୍ ଧରିଛି ।