ଓଡ଼ିଶା ବନ୍ଦର ଅନେକ ରୂପ । ଲାେକସେବା ଭବନକୁ ଯାଉଥିବା ବେଳେ ଯୁବ କଂଗ୍ରେସ ନେତାଙ୍କୁ ଉଠାଇ ନେଲା ପୋଲିସ

ମମିତାଙ୍କୁ ନ୍ୟାୟ ଦାବିରେ ନବରଙ୍ଗପୁରରେ ମୁଣ୍ଡନ ହୋଇ କଲେ ପ୍ରତିବାଦ । ସେପଟେ କଂଗ୍ରେସ ହରତାଳ ଉପରେ ପଡ଼ିଲା ହାଇକୋର୍ଟଙ୍କ ରାୟର ପ୍ରଭାବ । ସାଧାରଣ ଭାବେ ଯାତାୟତ ଜାର. ଦୋକାନ ବଜାର ଖୋଲା

82

କନକ ବ୍ୟୁରୋ : ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଛାତ୍ର କଂଗ୍ରେସର ପ୍ରତିବାଦ ଜାରି ରହିଛି । ଲୋକସେବା ଭବନକୁ ଧସେଇ ପଶିବାକୁ ଅଗ୍ରସର ବେଳେ ଛାତ୍ର କଂଗ୍ରେସର ଶତାଧିକ କର୍ମୀଙ୍କୁ ଗିରଫ କଲା ପୋଲିସ । ଶତାଧିକ କଂଗ୍ରେସ କର୍ମୀ ଲୋକସେବା ଭବନକୁ ପଶିବାକୁ ଉଦ୍ୟମ ବେଳେ ପୋଲିସ ଓ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । କଂଗ୍ରେସ ପକ୍ଷରୁ ୬ଘଂଟିଆ ଓଡ଼଼ିଶା ବନ୍ଦ ପାଳନ କରାଯାଇଛି । ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ପଡ଼ିଥିବାରେ ରାସ୍ତାଘାଟରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି ।

ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସର ୬ ଘଂଟିଆ ହରତାଳ  । ସକାଳ ୬ଟାରୁ ଦିନ ୧୨ଟା ଯାଏଁ କଂଗ୍ରେସ କରୁଛି ହରତାଳ । ହେଲେ ହରତାଳ ପ୍ରଭାବ ଶୂନ୍ୟ ରହିଛି । ସାଧାରଣ ଭାବେ ଯାତାୟତ ଜାରି ରହିଥିବା ବେଳେ ଦୋକାନ ବଜାର ମଧ୍ୟ ଖୋଲିଥିବା ଦେଖିବାକୁ ମିଳିଛି । କାଁ ଭାଁ କେତେକ ସ୍ଥାନରେ କଂଗ୍ରେସ କର୍ମୀମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି । ବନ୍ଦକୁ ସମର୍ଥନ କରିବା ପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି । କେଉଁଠି ବର୍ଷା ଭିତରେ ଆନ୍ଦୋଳନ ଚଳାଇଛନ୍ତି ତ ଆଉ କେଉଁଠି ଲୋକଙ୍କୁ ଚକଲେଟ୍ ଦେଇ ଆନ୍ଦୋଳନର ଉଦ୍ଦେଶ୍ୟ ବାବଦରେ ବୁଝାଉଛନ୍ତି । ସେପଟେ ଲୋକସେବା ଭବନକୁ ଛାତ୍ର କଂଗ୍ରେସ ଶତାଧିକ ଅଗ୍ରନେତା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଦିନ ୧୨ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ପାଳନ କରିଛି କଂଗ୍ରେସ ।

କଂଗ୍ରେସ ର ଛଅ ଘଂଟିଆ ହରତାଳ  । ଅଭିନବ ଢ଼ଙ୍ଗରେ ସାମୁହିକ ମୁଣ୍ଡନ୍ ହୋଇ ପ୍ରତିବାଦ କଲେ କଂଗ୍ରେସ କର୍ମୀ । ନବରଙ୍ଗପୁର ଜିଲ୍ଲା ଚନ୍ଦା ହାଣ୍ଡି ବ୍ଲକ୍ କଂଗ୍ରେସ କମିଟି ତରଫରୁ କର୍ମୀ ମନେ ଅଭିନବ ଢଙ୍ଗ ରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ କଂଗ୍ରେସ କର୍ମୀ ମାନେ ପିକେଟିଂ କରିବା ସହ ଦୋକାନ ବଜାର ବନ୍ଦ କରିବାକୁ ଅନୁରୋଧ କରିଥିଲେ । ପିସିସି ସମ୍ପାଦକ କ୍ଷେମରାଜ୍ ବାଘଙ୍କ ନେତୃତ୍ୱରେ କର୍ମୀମାନେ ସାମୁହିକ ଭାବେ ମୁଣ୍ଡନ ହୋଇ ମମୀତାର ଆତ୍ମା ର ସତ୍ଗତି କାମନା ସହ ତାଙ୍କ ନ୍ୟାୟ ଦାବି କରିଛନ୍ତି ।ଏହି ସାମୁହିକ ମୁଣ୍ଡନ୍ କାର୍ଯ୍ୟକ୍ରମରେ ନିଜେ ପିସିସି ସମ୍ପାଦକ କ୍ଷେମରାଜ୍ ବାଘ ମୁଣ୍ଡନ ହୋଇଥିଲେ । ଏଭଳି ଅଭିଯାନ ଉପାୟ ରେ ପ୍ରତିବାଦକୁ ଜନସାଧାରଣ ଗ୍ରହଣ କରିଥିବା ବେଳେ ମମିତା ପ୍ରସଙ୍ଗ ପୁଣି ଜୋର୍ ଧରିଛି ।

ଅସ୍ତରଙ୍ଗ କାକଟପୁରରେ କଂଗ୍ରେସର ଓଡ଼ିଶା ବନ୍ଦ ପ୍ରଭାବ ଆଂଶିକ ଭାବେ ପଡ଼ିଛି । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତଳିକା ଦାହ କରିବା ସହ ନାରାବାଜି କରିଛନ୍ତି । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି କଂଗ୍ରେସ ବନ୍ଦ ପାଳନ କରୁଛି । ହାଇକୋର୍ଟଙ୍କ ରାୟକୁ ନେଇ କଂଗ୍ରେସ ହରତାଳ କରୁଛି । ସକାଳୁ ସକାଳୁ କଂଗ୍ରେସ କର୍ମୀ ମାନେ ଏକାଠି ହୋଇ ଅସ୍ତରଙ୍ଗ କାକଟପୁର ବଜାରରେ ରାଲି କରି ସରକାର ବିରୋଧୀ ନାରାବାଜି କରିଛନ୍ତି । ମୁଖ୍ୟ ବଜାରରେ କର୍ମୀ ମାନେ ଧାରଣାରେ ବସିବା ସହ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଛନ୍ତି ।