କନକ ବ୍ୟୁରୋ : ଆମେରିକାର ନ୍ୟୁୟର୍କରେ ଡାକ୍ତରଙ୍କ ଏକ ଛୋଟ ‘କ୍ଲିନିକାଲ ଟ୍ରାଏଲ’ କ୍ୟାନସର ଚିକିତ୍ସାରେ ଏକ ନୂଆ ଆଶାର କିରଣ ସୃଷ୍ଟି କରିଛି । ଏହି ଟ୍ରାଏଲରେ ରେକ୍ଟାଲ କ୍ୟାନସର ଚିକିତ୍ସା ପାଇଁ ଇମ୍ୟୁନୋ-ଥେରାପୀର ପ୍ରୟୋଗ କରାଯାଇଥିଲା । କେମୋ କିମ୍ବା ରେଡିଏସନ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏହି ଚିକିତ୍ସା ପଦ୍ଧତି କ୍ୟାନସର ମୁକାବିଲାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ତେବେ କଣ ଏହି ଇମ୍ୟୁନୋ- ଥେରାପିା
କ୍ୟାନସର ଚିକିତ୍ସା ଇତିହାସରେ ସମସ୍ତଙ୍କୁ ଚମକାଇ ଦେଲା ନ୍ୟୁୟର୍କର ଗବେଷଣା । ଇମ୍ୟୁନୋ-ଥେରାପି ଚିକିତ୍ସାରେ ୧୮ ଜଣ ରେକ୍ଟାଲ କ୍ୟାନସର ରୋଗୀଙ୍କ ଦେହରୁ ସଂପୂର୍ଣ୍ଣ ଭାବେ କ୍ୟାନସର ସେଲ୍ ଗାଏବ ହୋଇଗଲା । ଆମେରିକାର ଡାକ୍ତରମାନେ ବି ଏପରି ସଫଳତା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।
ଇମ୍ୟୁନୋ-ଥେରାପି ମାଧ୍ୟମରେ ରୋଗୀର ନିଜସ୍ୱ ରୋଗ ପ୍ରତିଷେଧକ ଶକ୍ତିକୁ ବ୍ୟବହାର କରି କ୍ୟାନସର ସହ ଲଢ଼େଇ କରିବା ପାଇଁ ଟାର୍କେଟ କରାଯାଏ । ଏହା ରୋଗ ପ୍ରତିରୋଧ ଶକ୍ତି ବଢ଼ାଏ କିମ୍ବା ରୋଗ ପ୍ରତିରୋଧ ଶକ୍ତିକୁ ବଦଳାଇ କ୍ୟାନସର ସହ ଲଢ଼େଇ କରେ ।
ନଜର ପକାନ୍ତୁ କ’ଣ କରେ ଏହି ଇମ୍ୟୁନୋଥେରାପି? –
- ଏହି ଥେରାପି ଶରୀରର ରୋଗ ପ୍ରତିରୋଧ ବ୍ୟବସ୍ଥାକୁ ଏମିତି ଦିଗରେ ନିଏ, ଯାହା କ୍ୟାନସର ସେଲକୁ ଚିହ୍ନଟ କରିବା ସହ ତାକୁ ନଷ୍ଟ କରେ
- ଏହା ରୋଗ ପ୍ରତିରୋଧ ଶକ୍ତିକୁ ଆବଶ୍ୟକ ପରିମାଣରେ ବଢ଼ାଇ ଦିଏ, ଯାହା ଦ୍ୱାରା କ୍ୟାନସର ସେଲଗୁଡିକ ନଷ୍ଟ ହୋଇଯାଏ
- କ୍ୟାନସରର ମୁକାବିଲା ପାଇଁ ଏହି ଥେରାପି ଶରୀର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରେ
- ସୁସ୍ଥ ସେଲ୍କୁ କ୍ଷତି ନପହଁଚାଇ କେବଳ କ୍ୟାନସର ସେଲ୍କୁ ନଷ୍ଟ କରେ
- ରୋଗ ପ୍ରତିରୋଧ ବ୍ୟବସ୍ଥାକୁ ଏପରି ପ୍ରସ୍ତୁତ କରେ, ଭବିଷ୍ୟତରେ ପୁଣି ଥରେ କ୍ୟାନସର ସେଲ୍ ସୃଷ୍ଟି ହେଲେ, ତାକୁ ଚିହ୍ନଟ କରି ନଷ୍ଟ କରିଦିଏ
ନ୍ୟୁୟର୍କରେ ଏହି ସୀମିତ ଗବେଷଣା, କ୍ୟାନସର ଚିକିତ୍ସାରେ ଏକ ବଡ଼ ପରିବର୍ତନ ଆଣିବ ବୋଲି ଆଶା କରାଯାଉଛି । ତେବେ ଏ ନେଇ ଅଧିକ ଗବେଷଣା ଆବଶ୍ୟକ ବୋଲି କହିଛନ୍ତି ଡାକ୍ତର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/06/vlcsnap-2022-06-09-20h13m46s949.png)