କନକ ବ୍ୟୁରୋ: ରାଜ୍ୟରେ ପଂଚାୟତ ନିର୍ବାଚନର ବିଗୁଲ ବାଜି ସାରିବା ପରେ ଏବେ ଓଡିଶା ମୁହାଁ ରାଜ୍ୟ ବାହାରେ ରହୁଥିବା ପ୍ରବାସୀ ଓଡିଆ । ଏ ହେଉଛି ବ୍ରହ୍ମପୁର ଷ୍ଟେସନର ଦୃଶ୍ୟ । ଗୁଜୁରାଟରୁ ଆସିଥିବା ଟ୍ରେନରେ ଓଡିଶା ଫେରିଛନ୍ତି ଶହ ଶହ ପ୍ରବାସୀ ଓଡିଆ । ଏହି ଦୃଶ୍ୟରୁ ଆପଣମାନେ ଅନୁମାନ କରିପାରୁଥିବେ, କେତେ ସଂଖ୍ୟାରେ ପ୍ରବାସୀ ଓଡିଶାକୁ ଫେରୁଛନ୍ତିି । ସମସ୍ତେ ନିଜ ନିଜର ଭୋଟ ଦେବାର ମୌଳିକ ଅଧିକାର ସାବ୍ୟସ୍ତ କରିବାକୁ ଆସିଥିବା କହିଛନ୍ତି ।
ଗଞ୍ଜାମ ଜିଲ୍ଲାର ହଜାର ହଜାର ଲୋକ ସୁରତରେ ରୁହନ୍ତିି । ତେଣୁ ସେମାନଙ୍କୁ କିଭଳି ଆଣି ହେବ, ଆଉ ନିର୍ବାଚନକୁ ନିଜ ସପକ୍ଷରେ ନେଇ ହେବ ସେଥିରେ ଲାଗି ପଡିଲେଣି ଆଶାୟୀ ପ୍ରାର୍ଥୀ । ପ୍ରବାସୀମାନେ କିଭଳି ଫେରିବେ ସେଥପାଇଁ ବ୍ୟବସ୍ଥା ବି କରୁଛନ୍ତି । ସେମାନଙ୍କ ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି । ଡାକରା ପାଇବା ପରେ ଗାଁ ମୁହାଁ ହୋଇଛନ୍ତି ପ୍ରବାସୀ । କିନ୍ତୁ ସେମାନଙ୍କ ମନରେ କ୍ଷୋଭ ରହିଛି । ନିର୍ବାଚନ ଆସିଲେ ନେତାମାନେ ତାଙ୍କୁ ମନେ ପକାନ୍ତି କିନ୍ତୁ ତାପରେ ପୁଣି ନେତାମାନେ ଭୁଲି ଯାଆନ୍ତି । ରୋଜଗାର ଦେବାରେ ବିଫଳ ହୁଅନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2022/01/pjimage-6-1.jpg)