ଝରଣା ପାଣିକୁ ଗାଁକୁ ଆଣିଲେ ପ୍ରବାସୀ ଯୁବକ : ଶ୍ରମଦାନ କରି ଖୋଳିଲେ ୮ଶହ ମିଟର କେନାଲ ; ଉଦାହରଣ ପାଲଟିଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ ଗୁହିବାଡି ଗାଁର ୩୫ ପରିବାର

91

କନକ ବ୍ୟୁରୋ : କରୋନା ଭୟ ଭିତରେ କନ୍ଧମାଳରୁ ଆସିଛି ଏହି ଖବର । ପ୍ରବାସୀ ଯୁବକମାନେ ଗାଁ ଲୋକଙ୍କ ସହ ମିଶି ଝରଣା ପାଣିକୁ କେନାଲ କରି ଆଣୁଛନ୍ତି ଗାଁକୁ । କନ୍ଧମାଳ ଦାରିଙ୍ଗିବାଡି ବ୍ଲକ ଗୁଡିବାହି ଗାଁର ପ୍ରାୟ ୩୫ଟି ପରିବାର ଶ୍ରମଦାନ କରି ନିର୍ମାଣ କରୁଛନ୍ତି ପ୍ରାୟ ୮ ଶହ ମିଟରର କେନାଲ । ସରକାରଙ୍କ ବିନା ସହାୟତାରେ ଏଭଳି କାମ ହେଉଛି । ଦୀର୍ଘଦିନ ହେଲା ଏଠାକାର ଜମିକୁ ପାଣି ମିଳୁନଥିଲା । ବର୍ଷା ଉପରେ ସମସ୍ତେ ନିର୍ଭରଶୀଳ ଥିଲେ । ହେଲେ ତାଲାବନ୍ଦ ଯୋଗୁଁ ଘରକୁ ଫେରିଥିବା ପ୍ରବାସୀ ଯୁବକମାନେ ଗାଁ ଲୋକଙ୍କ ସହ ମିଶି ଏଭଳି ମହତ କାମ କରୁଛନ୍ତି ।

ଆଉ ଗାଁଠାରୁ ବହୁ ଦୂରରେ ଥିବା ଝରଣା ପାଣିକୁ କେନାଲ ଜରିଆରେ ଗାଁକୁ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । କୋଡି କୋଦଳା ଧରି ଚାଲିଛି କୋନାଲ ଖୋଳା । ଗାଁର ସବୁ ବୟସର ଲୋକେ ଏହି ମହତ କାମରେ ସାମିଲ ହୋଇଛନ୍ତି । ଏହି କୋନାଲରେ ପାଣି ଆସିଲେ ସଂପୃକ୍ତ ଅଚଂଳର ଏକର ଏକର ଜମି ଚାଷ କାମ କରିବା ସମ୍ଭବ ହୋଇପାରିବ ।