ଆଇଏମଏଫର ବଡ ଆକଳନ : ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ବିକାଶ ଦର ହେବ ୯.୫ %

71

କନକ ବ୍ୟୁରୋ : ଦେଶର ବିକାଶ ଦରକୁ ନେଇ ଆନ୍ତଜାର୍ତୀୟ ମୁଦ୍ରାପାଣ୍ଠି ବା ଆଇଏମଏଫର ବଡ ଆକଳନ । ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ବିକାଶ ଦର ୯.୫ ପ୍ରତିଶତ ହେବ ବୋଲି ହେବ ବୋଲି, ୱାର୍ଲ୍ଡ ଇକୋନୋମିକ୍ ଆଉଟଲୁକ୍ ରିପୋର୍ଟରେ ଦର୍ଶାଇଛି ଆଇଏମଏଫ୍ । ଚଳିତ ବର୍ଷ ଭାରତର ବିକାଶ ଦର ୧୨ ଦଶମିକ ୫ ପ୍ରତିଶତ ହେବ ବୋଲି ଗତ ଏପ୍ରିଲ ମାସରେ ଆକଳନ କରିଥିଲା ଆଇଏମଏଫ୍ ।

କିନ୍ତୁ କରୋନାର ଦ୍ୱିତୀୟ ଲହର ଯୋଗୁଁ ଦେଶର ଅର୍ଥନୀତି ବିଶେଷ ଭାବରେ ପ୍ରଭାବିତ ହେବା ପରେ ବିକାଶ ଦର କମିବ ବୋଲି ପୁନଃ ଆକଳନ କରିଛି । ପ୍ରଥମ ଲହର ସମୟରେ ଭାରତର ଅର୍ଥନୀତି ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ପ୍ରଥମ ଲହରର ପ୍ରକୋପ କମିବା ପରେ ଅର୍ଥନୀତିରେ ଧିରେ ଧିରେ ସୁଧାର ଆସୁଥିଲା । କିନ୍ତୁ ଦ୍ୱିତୀୟ ଲହର ଆସିବା ପରେ ପୁଣି ଥରେ ପ୍ରଭାବିତ ହୋଇଛି ଦେଶର ଅର୍ଥନୀତି ।