ଭାରତର ଆର୍ଥିକ ଅଭିବୃଦ୍ଧି ନେଇ ଉଜ୍ୱଳ ଆକଳନ କଲା ଆଇଏମଏଫ: ୨୦୨୧ରେ ୧୧.୫% ଅଭିବୃଦ୍ଧି ନେଇ ଆକଳନ

ଭାରତର ଆର୍ଥିକ ଅଭିବୃଦ୍ଧି ନେଇ ଉଜ୍ୱଳ ଆକଳନ କଲା ଆଇଏମଏଫ: ୨୦୨୧ରେ ୧୧.୫% ଅଭିବୃଦ୍ଧି ନେଇ ଆକଳନ

କନକ ବ୍ୟୁରୋ: ଭାରତର ଆର୍ଥିକ ଅଭିବୃଦ୍ଧି ନେଇ ଉଜ୍ୱଳ ଆକଳନ କଲା ଆଇଏମଏଫ । ଏଥିରେ ୨୦୨୧ରେ ୧୧ ଦଶମିକ ୫ ପ୍ରତିଶତ ଅଭିବୃଦ୍ଧି ନେଇ ଆକଳନ ହୋଇଛି । ଏହାସହ ଅଭିବୃଦ୍ଧି ହାରରେ ଦୁଇଅଙ୍କ ଛୁଇଁବାରେ ଚଳିତବର୍ଷ ଭାରତ ଏକମାତ୍ର ଦେଶ ପାଲଟିବ ବୋଲି କୁହାଯାଇଛି ।

ଅନ୍ୟପଟେ, ନିକଟରେ ପ୍ରକାଶ ପାଇଥିବା ବିଶ୍ୱବ୍ୟାଙ୍କର ଏକ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ବିଶ୍ୱବ୍ୟାଙ୍କର ଆକଳନ ଅନୁସାରେ, କରୋନା କେବଳ ଲୋକଙ୍କ ଜୀବନ ନେଉନାହିଁ; ବଞ୍ଚିଥିବା ଲୋକମାନଙ୍କୁ ଗରିବ ମଧ୍ୟ କରିଦେଉଛି। ଲୋକଙ୍କ ଚାକିରି ଚାଲିଯିବା ସହିତ ରୋଜଗାର କମିଯାଉଛି। ଏଥିପାଇଁ ବିଶ୍ବରେ ୧୧.୯ କୋଟିରୁ ୧୨.୪ କୋଟି ଲୋକ ଚରମ ଦାରିଦ୍ର୍ୟ ମଧ୍ୟକୁ ଚାଲିଯିବେ। ବିଶ୍ବ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ନୂଆ ଆକଳନରେ ଏହା କୁହାଯାଇଛି। ବିଶ୍ବ ବ୍ୟାଙ୍କ ପକ୍ଷରୁ ଗତବର୍ଷ ଅକ୍ଟୋବରରେ କରାଯାଇଥିବା ସଂଖ୍ୟା ଠାରୁ ଏହା ଅଧିକ।

ବିଶ୍ବ ଅର୍ଥନୈତିକ ଦୃଶ୍ୟପଟରୁ ଗତବର୍ଷ ଜୁନ୍‌ର ଅଭିବୃଦ୍ଧିକୁ ବିଚାରକୁ ନେଇ ୨୦୨୦ ଅକ୍ଟୋବରରେ ବିଶ୍ବବ୍ୟାଙ୍କ ଦାରିଦ୍ର୍ୟ ଉପରେ କରୋନା ପ୍ରଭାବ ଉପରେ ଏକ ଆକଳନ କରିଥିଲା। ଏଥିରେ କରୋନା ପାଇଁ ୨୦୨୦ରେ ୮.୮ କୋଟିରୁ ୧୧.୫ କୋଟି ଲୋକ ଗରିବ ହୋଇଯିବେ ବୋଲି ବିଶ୍ବବ୍ୟାଙ୍କ କହିଥିଲା। କିନ୍ତୁ ଚଳିତମାସରେ ବିଶ୍ବବ୍ୟାଙ୍କ ଏହାର ସଦ୍ୟତମ ଆକଳନ ପ୍ରକାଶ କରିଛି। ଏଥିରେ କରୋନା ପାଇଁ ବିଶ୍ବରେ ୧୧.୯ କୋଟିରୁ ୧୨.୪ କୋଟି ଲୋକ ଗରିବ ହୋଇଯିବେ ବୋଲି କୁହାଯାଇଛି। ୨୦୨୦ ମସିହାରେ ବିଶ୍ବରେ ଦେଖାଦେଇଥିବା ଦାରିଦ୍ର୍ୟ ବୃଦ୍ଧି ସତରେ ଅପ୍ରତ୍ୟାଶିତ ବୋଲି ବିଶ୍ବ ବ୍ୟାଙ୍କ ଟିପ୍ପଣୀ କରିଛି। କରୋନା ହୋଇ ନଥିଲେ ବିଶ୍ବରେ କେତେ ଲୋକ ଗରିବ ହୋଇଥା‌ନ୍ତେ ଏବଂ କରୋନା ହେବା କାରଣରୁ କେତେ ଲୋକ ଗରିବ ହୋଇଛନ୍ତି ତାହାର ପ୍ରାର୍ଥକ୍ୟକୁ କରୋନା ପାଇଁ ନୂଆ ଗରିବ ବୋଲି ହିସାବ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe