ଭାରତର କୋଭିଡ ପରିଚାଳନାରେ ମୋଦୀ ନୀତିକୁ ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠିର ପ୍ରଶଂସା । ଆଇଏମଏଫ ମୁଖ୍ୟ କହିଲେ, ଅର୍ଥନୀତିକୁ ଦ୍ରୁତ ବିକାଶ ପଥରେ ଆଗେଇ ନେବାକୁ ଜାରି ରହୁ ପ୍ରୟାସ

76

କନକ ବ୍ୟୁରୋ : କରୋନା ବିରୋଧି ଲଢେଇରେ ଭାରତର ଭୂମିକାକୁ ପ୍ରଂଶାସା କଲେ ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିର ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିବା । କରୋନା ମହାମାରୀ ସମୟରେ ପୂରା ବିଶ୍ୱର ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗି ପଡିଥିବାବେଳେ ଭାରତ ବେଶ ଦକ୍ଷତାର ସହ ଏହାର ମୁକାବିଲା କରିଥିବା ସେ କହିଛନ୍ତି ।

କରୋନା ମହାମାରୀ ଓ ଅର୍ଥନୀତି ଉପରେ ପଡିଥିବା ଏହାର ପ୍ରଭାବର ମୁକାବିଲା ଦକ୍ଷତାର ସହ କରିଛି ଭାରତ । ମୁଖ୍ୟତଃ ଏତେ ଜନସଂଖ୍ୟା ଭିତରେ ଲକଡାଉନ ଲାଗୁ କରିବା ସବୁଠୁ ବଡ ପଦକ୍ଷେପ ଥିଲା । ଏବଂ ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ଚଳିତ ବର୍ଷ ଅଧିକ ପ୍ରୟାସ କରିବାକୁ କହିଛନ୍ତି ଆଇଏମଏଫ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିବା । କରୋନା ମହାମାରୀ ସଂକ୍ରମଣର ଚେନକୁ ଭାଙ୍ଗିବାକୁ ମାର୍ଚ୍ଚ ୨୫ତାରିଖରୁ ସାରା ଦେଶରେ ଆରମ୍ଭ ହୋଇଥିଲା ଲକଡାଉନ । ୪ଯି ପର୍ଯ୍ୟାୟରେ ୫୮ଦିନ ଧରି ସାରା ଦେଶରେ ହୋଇଥିବା ତାଲାବନ୍ଦ ଦେଶର ଅର୍ଥନୀତିକୁ ପ୍ରଭାବିତ କରିଥିଲା ।

ଜାନୁୟାରୀ ୨୬ରେ ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି ବିଶ୍ୱ ଅର୍ଥନୀତିକୁ ନେଇ ଅଡିଟ ରିପୋର୍ଟ ଜାରି କରିବ । ତେବେ ଭାରତ ନେଇଥିବା ପଦକ୍ଷେପ ଗୁଡିକୁ ଯୋଗୁଁ ଦେଶର ଅର୍ଥନୀତି ବିଶେଷ ଭାବେ ପ୍ରଭାବିତ ହୋଇନାହିଁ ବୋଲି କହିଛି ଆଇଏମଏଫ । ଭିଡିଓ କନଫରେସିଂ ମାଧ୍ୟମରେ ଏକ ବୈଠକରେ ସାମିଲ ହୋଇଥିବା ଅବସରରେ ଭାରତ ସମ୍ପର୍କରେ ମତ ରଖି ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିର ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିବା ଭାରତ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ଆଇଏମଏଫ ମୁଖ୍ୟ କହିଛନ୍ତି ଆଗମୀ ବର୍ଷ ଭାରତ ଅର୍ଥନୀତିରେ ସୁଧାର ଆସିବ । ଉଚିତ ସମୟରେ ଉଚିତ ପଦକ୍ଷେପ ନେଇଥିବା ଯୋଗୁଁ ଭାରତକୁ ଆଗାମୀ ଦିନରେ କମ ଆର୍ଥିକ କ୍ଷତି ସହିବାକୁ ପଡିବ । ଭାରତ ମହାମାରୀ ମୁକାବିଲା ଓ ଆର୍ଥିକ ସ୍ଥିତିର ମୁକାବିଲା ଯେଉଁଭଳି ଭାବରେ କରିଛି ତାହା ପ୍ରଂଶସନୀୟ ।