ପାକିସ୍ତାନକୁ ଆଇଏମଏଫ ଋଣ ଦେବାକୁ ମନାକରିବାରୁ ଶାହବାଜଙ୍କ ବଡ ନିଷ୍ପତ୍ତି, ସରକାରୀ କର୍ମଚାରୀଙ୍କ ଦରମା ୧୦ ପ୍ରତିଶତ କାଟିବାକୁ ନିର୍ଦ୍ଦେଶ

Advertisment
ପାକିସ୍ତାନକୁ ଆଇଏମଏଫ ଋଣ ଦେବାକୁ ମନାକରିବାରୁ ଶାହବାଜଙ୍କ ବଡ ନିଷ୍ପତ୍ତି, ସରକାରୀ କର୍ମଚାରୀଙ୍କ ଦରମା ୧୦ ପ୍ରତିଶତ କାଟିବାକୁ ନିର୍ଦ୍ଦେଶ

କନକ ବ୍ୟୁରୋ : ଆର୍ଥିକ ଭାବେ ଦେବାଳିଆ ହେବାକୁ ଯାଉଥିବା ପାକିସ୍ତାନକୁ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ବା ଆଇଏମଏଫ ଋଣ ଦେବାକୁ ମନା କରିଛି । ପ୍ରଥମେ ଆଇଏମଏଫ ପାକିସ୍ତାନ ସରକାରଙ୍କ ବଜେଟ ତଥ୍ୟ ମାଗିଥିଲା । ହେଲେ ଶାହବାଜ ସରକାର ଏହା ପ୍ରଦାନ କରିବାରେ ବିଫଳ ହୋଇଥିଲେ । ସେପଟେ ପାକିସ୍ତାନର ସ୍ଥିତି ସୂଧାର ପାଇଁ ଦେଶକୁ ତୁରନ୍ତ ୧୦ଲକ୍ଷ ଆରବ ଡଲାର ବିଦେଶୀ ଋଣର ଆବଶ୍ୟକତା ରହିଛି । ହେଲେ ଆଇଏମଏଫ ଋଣ ଦେବାକୁ ମନା କରିବା ପରେ ଶାହବାଜ ସରିଫ ବିଚଳିତ ହୋଇପଡିଛନ୍ତି । ତୁରନ୍ତ ସରକାରୀ କର୍ମଚାରୀଙ୍କ ଦରମାରୁ ୧୦ ପ୍ରତିଶତ କାଟ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ପାକିସ୍ତାନର ଅର୍ଥ ବ୍ୟବସ୍ଥା ଏବେ ରଶାତଳକୁ ଚାଲିଯାଇଛି । ସାରା ଦେଶର ଲୋକ ଏବେ ଖାଦ୍ୟ ପାଇଁ ଆଉଟପାଉଟୁ ହେଉଛନ୍ତି । ଅନେକ ସହର ଏବେ ବିଜୁଳିକାଟ୍ କାରଣରୁ ଅନ୍ଧାରରେ ରହିଛି    । ସେପଟେ ଆଇଏମଏଫ ପାକିସ୍ତାନକୁ କେବଳ ଋଣ ଦେବାକୁ ମନାକରିନାହିଁ ବରଂ ଆଇଏମଏଫର ଏକ ଟିମ ପାକିସ୍ତାନ ଆସିବାକୁ ଥିବା ବେଳେ ଏହାକୁ ମଧ୍ୟ ରଦ୍ଦ କରାଯାଇଛି । ରୟଟର୍ସ ରିପୋର୍ଟ ମୁତାବକ ଷ୍ଟେଟବ୍ୟାଙ୍କ ଅଫ୍ ପାକିସ୍ତାନର ବିଦେଶୀ ମୁଦ୍ରାଭଣ୍ଡା ଚଳିତ ସପ୍ତାରେ ତଳକୁ ଖସି ୪.୩୪୩ ବିଲିୟନ ଡଲାରର ସର୍ବନିମ୍ନ ସ୍ତରକୁ ଖସିଆସିଆସିଛି ।

ପାକିସ୍ତାନର ଆର୍ଥିକ ସଂକଟ ଏବେ ଗମ୍ଭୀର ଅବସ୍ଥାକୁ ଆସିଛି କି, ସରକାର ସରକାରୀ କର୍ମଚାରୀଙ୍କ ଦରମାରୁ ୧୦ପ୍ରତିଶତ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ରୋଷେଇ ଗ୍ୟାସର ଦାମ ୭୦ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ତ ବିଜୁଳି ବିଲ ୩୦ ପ୍ରତିଶତ ବୃଦ୍ଧିପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe