କନକ ବ୍ୟୁରୋ : ଆର୍ଥିକ ଭାବେ ଦେବାଳିଆ ହେବାକୁ ଯାଉଥିବା ପାକିସ୍ତାନକୁ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ବା ଆଇଏମଏଫ ଋଣ ଦେବାକୁ ମନା କରିଛି । ପ୍ରଥମେ ଆଇଏମଏଫ ପାକିସ୍ତାନ ସରକାରଙ୍କ ବଜେଟ ତଥ୍ୟ ମାଗିଥିଲା । ହେଲେ ଶାହବାଜ ସରକାର ଏହା ପ୍ରଦାନ କରିବାରେ ବିଫଳ ହୋଇଥିଲେ । ସେପଟେ ପାକିସ୍ତାନର ସ୍ଥିତି ସୂଧାର ପାଇଁ ଦେଶକୁ ତୁରନ୍ତ ୧୦ଲକ୍ଷ ଆରବ ଡଲାର ବିଦେଶୀ ଋଣର ଆବଶ୍ୟକତା ରହିଛି । ହେଲେ ଆଇଏମଏଫ ଋଣ ଦେବାକୁ ମନା କରିବା ପରେ ଶାହବାଜ ସରିଫ ବିଚଳିତ ହୋଇପଡିଛନ୍ତି । ତୁରନ୍ତ ସରକାରୀ କର୍ମଚାରୀଙ୍କ ଦରମାରୁ ୧୦ ପ୍ରତିଶତ କାଟ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ପାକିସ୍ତାନର ଅର୍ଥ ବ୍ୟବସ୍ଥା ଏବେ ରଶାତଳକୁ ଚାଲିଯାଇଛି । ସାରା ଦେଶର ଲୋକ ଏବେ ଖାଦ୍ୟ ପାଇଁ ଆଉଟପାଉଟୁ ହେଉଛନ୍ତି । ଅନେକ ସହର ଏବେ ବିଜୁଳିକାଟ୍ କାରଣରୁ ଅନ୍ଧାରରେ ରହିଛି । ସେପଟେ ଆଇଏମଏଫ ପାକିସ୍ତାନକୁ କେବଳ ଋଣ ଦେବାକୁ ମନାକରିନାହିଁ ବରଂ ଆଇଏମଏଫର ଏକ ଟିମ ପାକିସ୍ତାନ ଆସିବାକୁ ଥିବା ବେଳେ ଏହାକୁ ମଧ୍ୟ ରଦ୍ଦ କରାଯାଇଛି । ରୟଟର୍ସ ରିପୋର୍ଟ ମୁତାବକ ଷ୍ଟେଟବ୍ୟାଙ୍କ ଅଫ୍ ପାକିସ୍ତାନର ବିଦେଶୀ ମୁଦ୍ରାଭଣ୍ଡା ଚଳିତ ସପ୍ତାରେ ତଳକୁ ଖସି ୪.୩୪୩ ବିଲିୟନ ଡଲାରର ସର୍ବନିମ୍ନ ସ୍ତରକୁ ଖସିଆସିଆସିଛି ।
ପାକିସ୍ତାନର ଆର୍ଥିକ ସଂକଟ ଏବେ ଗମ୍ଭୀର ଅବସ୍ଥାକୁ ଆସିଛି କି, ସରକାର ସରକାରୀ କର୍ମଚାରୀଙ୍କ ଦରମାରୁ ୧୦ପ୍ରତିଶତ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ରୋଷେଇ ଗ୍ୟାସର ଦାମ ୭୦ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ତ ବିଜୁଳି ବିଲ ୩୦ ପ୍ରତିଶତ ବୃଦ୍ଧିପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/2022-04-09T224708Z_1565214757_RC2BIT9M6PF4_RTRMADP_3_AKISTAN-POLITICS-FOREIGN-POLICY-1024x680-1.jpg)