କନକ ବ୍ୟୁରୋ : ଶନିବାର ଦିଲ୍ଲୀରେ ଆୟୋଜିତ ହେବ ଜି-୨୦ ସମ୍ମିଳନୀ । ବିଦେଶୀ ଅତିଥିମାନେ ଦିଲ୍ଲୀରେ ପହଞ୍ଚଲେଣି । ଦିଲ୍ଲୀ ପହଞ୍ଚିବା ପରେ ଆଇଏମଏଫ୍ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଆଭାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ତେବେ କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠିତ ଦେଶର ବିଭିନ୍ନ ପାରମ୍ପରିକ ନୃତ୍ୟ ଦେଖି କ୍ରିଷ୍ଟାଲିନା ମନ୍ତ୍ରମୁଗ୍ଧ ହୋଇଯାଇଥିଲେ । ବିଶେଷକରି ଓଡ଼ିଶାର ଡାଲ୍ଖାଇ ଗୀତରେ ସମ୍ବଲପୁରୀ ନୃତ୍ୟ ଦେଖି ନିଜେ ମଧ୍ୟ ନୃତ୍ୟ କରିଥିଲେ କ୍ରିଷ୍ଟାଲିନା । ସେହିପରି ଓମାନ୍ ପ୍ରଧାନମନ୍ତ୍ରୀ ଏବଂ ସୁଲତାନ ହାଇଥାମ୍ ବିନ୍ ତାରିକ୍ ଅଲ୍ ସୟିଦଙ୍କ ରାଜସ୍ଥାନ ନୃତ୍ୟଶିଳ୍ପୀମାନେ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରି ସ୍ୱାଗତ ଜଣାଇଛନ୍ତି ।