କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ (ଆଇଏମଏଫ) ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିବା  । ସ୍ୱିଜରଲ୍ୟାଣ୍ଡ ଦାବୋସରେ ଆୟୋଜିତ ୱାର୍ଲ୍ଡ ଇକୋନୋମିକ୍ ଫୋରମରେ ଗହମ ରପ୍ତାନୀ ଉପରେ ଭାରତ ସରକାର ଲଗାଇଥିବା ନିଷିଦ୍ଧାଦେଶ ପ୍ରସଙ୍ଗ ଉଠାଇଥିଲେ ଜର୍ଜିବା । ମୋଦୀଙ୍କ ଏପରି ନିଷ୍ପତ୍ତି ସାରା ବିଶ୍ୱରେ ଖାଦ୍ୟ ସଙ୍କଟ ପରି ପରିସ୍ଥିତି ସୃଷ୍ଟି କରିବ ବୋଲି ସେ କହିଛନ୍ତି ।

Advertisment

ଏହି ସମ୍ମିିଳନୀରେ ଜି-୭ ଦେଶର କୃଷି ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ଆଇଏମଏଫ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିବା   । ଏହା ସତ ଯେ ଭାରତ ସରକାରଙ୍କୁ ଏହାର ୧୩୮ କୋଟି ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ପଡିବ । କିନ୍ତୁ କେବଳ ଏତିକିରେ ଦେଶ ମୁଖ୍ୟଙ୍କ କର୍ତ୍ତବ୍ୟ ସରୁନାହିଁ । ସାରା ବିଶ୍ୱର ସ୍ଥିତି ବିବଦରେ ସେ ସମ୍ବେଦନଶୀଳ ହେବା ଉଚିତ ।

ଚୀନ ପରେ ଦ୍ୱିତୀୟ ଗହମ ଉପାଦନକାରୀ ଦେଶ ଭାରତ ଯଦି ଗହମ ରପ୍ତାନୀକୁ ବନ୍ଦ କରିଦେବ ତେବେ ଏହି କ୍ରମରେ ଅନ୍ୟଦେଶମାନେ ମଧ୍ୟ ଏପରି ନୀତିକୁ ଆପଣାଇବେ । ଫଳରେ ଅନେକ ରାଷ୍ଟ୍ର ମାନଙ୍କରେ ଉକ୍ରଟ ଖାଦ୍ୟ ସମସ୍ୟା ସୃଷ୍ଟି ହେବାକୁ ବେଶି ସମୟ ଲାଗିବ ନାହିଁ । ବିଶେଷ କରି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଲେବାନ୍ ଓ ମିଶର ପରି ଦେଶ ଖୁବ ଶିଘ୍ର ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବେ । ତେଣୁ ପ୍ରଧାନମନ୍ତ୍ରୀ ମୋଦୀ ପୁନର୍ବାର ଗରମ ରପ୍ତାନୀ ଉପରେ ଚିନ୍ତା କରିବାକୁ ଅପିଲ କରିଛନ୍ତି ଜର୍ଜିବା ।

କହିରଖୁଁ, ଚଳିତ ବର୍ଷ ପ୍ରବଳ ଲୁ ଯୋଗୁଁ ଗହମ ଉତ୍ପାଦନ ପ୍ରଭାବିତ ହୋଇଛି । ଫଳରେ ଦେଶର ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ମେ ୧୩ ତାରିଖରେ ଗହମ ରପ୍ତାନୀ ଉପରେ ରହିତାଦେଶ ଲଗାଇଛନ୍ତି ମୋଦୀ ସରକାର ।