ପଦାରେ ପଡିଲା ପାକିସ୍ତାନର ଚାଲ । ଆମେରିକାକୁ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ବିକି ଆଇଏମଏଫଠୁ ବେଲଆଉଟ ଋଣ ପ୍ୟାକେଜ ନେଇଛି ପାକିସ୍ତାନ

239

କନକ ବ୍ୟୁରୋ : ଆନ୍ତର୍ଜାତିକ ମୁଦ୍ରା କୋଷ ବା ଆଇଏମ୍ଏଫରୁ ଋଣ ପାଇବା ପାଇଁ ପାକିସ୍ତାନର ଚକ୍ରାନ୍ତ ଧରାପଡ଼ିଲା । ଋଷକୁ ଧୋକ୍କା ଦେଇ ଆମେରିକାକୁ ଯୋଗାଇଲା ଅସ୍ତ୍ରଶସ୍ତ୍ର । ଏବେ ପାକିସ୍ତାନ ଲୋକ ଖାଇବାକୁ ପାଉନାହାନ୍ତି, କିନ୍ତୁ ପାକିସ୍ତାନର ନିଜର ଆଣବିକ ଅସ୍ତ୍ରଶସ୍ତ୍ର ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରୁଛି । ଆର୍ଥିକ କ୍ଷେତ୍ରରେ ଏବେ ସଂପୂର୍ଣ୍ଣ ଦେବାଳିଆ ପାକିସ୍ତାନ । ଋଣ ପାଇଁ ବାର ଦୁଆର ଶୁଣ୍ଢିପିଣ୍ଡା ହେଉଛି । ସମସ୍ତଙ୍କୁ ନେହୁରା ହେଉଛି, ହେଲେ କେହି ପାକିସ୍ତାନର ଚିତ୍ର ଚରିତ୍ର ଜାଣି ଋଣ ଦେବାକୁ ରାଜି ହେଉନାହାନ୍ତି । ହେଲେ ଏ କ୍ଷେତ୍ରରେ ଆମେରିକା କରିଥିଲା ଗୁପ୍ତ ଡିଲ୍ । ଦ ଇଂଟରସେପ୍ଟ ରିପୋର୍ଟ ପାକିସ୍ତାନ-ଆମେରିକାର ଏହି ଗୁପ୍ତ ଡିଲ୍କୁ ନେଇ ଖୁଲାସା କରିଛି । ଏ ନେଇ ଉଭୟ ଦେଶର କିଛି ସରକାରୀ କାଗଜପତ୍ର ସାମ୍ନାକୁ ବି ଆସିଛି । ଅର୍ଥାତ୍ ୟୁକ୍ରେନକୁ ଯୁଦ୍ଧରେ ସହାୟତା କରିବା ପାଇଁ ପାକିସ୍ତାନ ଠାରୁ କିଣିଥିଲା ଅସ୍ତ୍ରଶସ୍ତ୍ର । ଏ ନେଇ ଆଇଏମ୍ଏଫ୍ ୩ ଆରବ ଡଲାର ପାକିସ୍ତାନକୁ ଆର୍ଥିକ ସହାୟତା ରୂପେ ଯୋଗାଇଥିଲା ।