କନକ ବ୍ୟୁରୋ: ସକାଳୁ ସକାଳୁ ଘରୁ ବାହାରିବା ପୂର୍ବରୁ ଆପଣ ଥରେ ବୋଲକୋନୀ କିମ୍ବା ଖୋଲାସ୍ଥାନକୁ ଯାଆନ୍ତୁ । ଏଥିରୁ ଆପଣ ଅନୁମାନ ଲଗାଇପାରିବେ ପାଣିପାଗ କଣ ରହିବ । ନିକଟରେ ବିଶେଷ କରି ଉତ୍ତର ଭାରତରେ ୨ ଦିନ ଧରି ଥଣ୍ଡା ଲହର ଜାରିରହିଛି । ଗତ ଏକ ସପ୍ତାହ ଧରି ଥଣ୍ଡା କମିଯାଇଥିଲା । ଲୋକେ ଗରମ କପଡା ଛାଡି ସାଧାରଣ କପଡାକୁ ପିନ୍ଧିଥିଲେ । ତେବେ ଆଜି ପୁଣି ଥରେ ଥଣ୍ଡା ଫେରିଛି । ଥଣ୍ଡା ପବନ କାରଣରୁ ପାରଦ କମିବାରେ ଲାଗିଛି । ଏହା ପଛରେ କାରଣ ମଧ୍ୟ ରହିଛି? ଦୁଇ ଦିନ ଧରି ଅଚାନକ ଥଣ୍ଡା କାହିଁକି ବଢିଯାଇଥିଲା? ଲୋକେ ବର୍ତ୍ତମାନ ଗୁଗଲରେ ଏହାକୁ ସର୍ଚ୍ଚ ବି କରିଚାଲିଛନ୍ତି ।
ଦିଲ୍ଲୀ –ଏନସିଆର ସହିତ ଉତ୍ତର ଭାରତରେ ପାଣିପାଗ ବଦଳିଛି । କିଛି ଅଞ୍ଚଳରେ ପାଣିପାଗ ବଦଳିସାରିଛି । ଅନେକ ସ୍ଥାନରେ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଗରମ ଅନୁଭବ ହୋଇଥିଲା । ଆମେ ଆପଣଙ୍କ ସାମ୍ନାରେ ଏକ ରିପୋର୍ଟ ରଖିବାକୁ ଯାଉଛୁ ଯେଉଁଥିରେ କୁହାଯାଇଛି ଚଳିତ ଥର ଭୟ୍ଙ୍କର ଗରମ ଅନୁଭୂତ ହେବ । ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ ଚଳିତ ଥର ଗରମ ସବୁ ରେକର୍ଡ ଭାଙ୍ଗିବ । ବର୍ତ୍ତମାନ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ସେଥିରେ ଏଲନିନୋର ପ୍ରଭାବ ସ୍ପଷ୍ଟ ଭାବେ ଜଣାପଡୁଛି । ତେବେ ଏଥିପାଇଁ ଆଉ କିଛି ଦିନ ପୁଣି ଥରେ ଅପେକ୍ଷା କରିବାକୁ ପଡିବ । ଯଦି ଏହା ସମ୍ପୂର୍ଣ୍ଣ ଭାବେ ପ୍ରଭାବୀ ହୋଇଥାଏ ତେବେ ଏହାର ପ୍ରଭାବ ତାପମାତ୍ରା ଉପରେ ନୁହେଁ ବରଂ ଚଳିତ ମୌସୁମୀ ଉପରେ ମଧ୍ୟ ପଡିବ ।
Follow Us
/kanak/media/post_attachments/wp-content/uploads/2023/02/Capture-222-1.jpg)