କନକ ବ୍ୟୁରୋ : ବାତ୍ୟାକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରୁଛନ୍ତି । ବାତ୍ୟାର ଗତିପଥ ଓ ତିବ୍ରତାକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ତଥ୍ୟ ଆସୁଛି । ଇସିଏମଡବ୍ଲୁଏଫ ଏବଂ ଜିଏଫଏକ୍ସ ମଡେଲର ଆକଳନ । ବାତ୍ୟା ପଶ୍ଚିମବଙ୍ଗର ଦିଘା ଠାରୁ ବାଲାଂଦେଶର ପଥର ଘାଟ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଆଇଏମଡି ଜିଏଫଏକ୍ସ ମଡେଲରେ ଓଡ଼ିଶାରେ ୨୮ ତାରିଖ ସ୍ଥଳ ଭାଗ ଛୁଇଁବା ଆକଳନ ।
ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ -ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା ସମୁଦ୍ର ଭିତରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ପରବର୍ତ୍ତୀ ୪୮ ଘଣ୍ଟା ଅବପାତ ଆହୁରି ଘନୀଭୂତ ହୋଇ ବାତ୍ୟାର ରୁପ ନେବାର ସମ୍ଭାବନା ରହିଛି । ତେବେ ବାତ୍ୟାର ଗତିପଥକୁ ନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ଆକଳନ କରାଯାଇନାହିଁ ।
ସେପଟେ ଇସିଏମଡବ୍ଲୁଏଫର ମୋଡେଲ ଓ ଜିଏଫଏସର ମୋଡେଲ ଆଧାରରେ ପାଣିପାଗ ସଂସ୍ଥା ଓିଣ୍ଡି ବାତ୍ୟାର ଗତିପଥ ଆକଳନ କରିଛି । ଇସିଏମଡବ୍ଲୁଏଫ ମଡେଲ ଅନୁସାରେ ବାତ୍ୟା ଆସନ୍ତା ୨୫ ତାରିଖରେ ପାରାଦ୍ୱୀପ, ଚାନ୍ଦବାଲି, ବାଲେଶ୍ୱରରେ ପ୍ରଭାବ ପକାଇପାରେ । ଜିଏଫଏସ ମଡେଲ ମଧ୍ୟ ସମାନ ପ୍ରକାରର ଆକଳନ କରିଛି । କିନ୍ତୁ ଆଇଏମଡି ଏହାକୁ ନେଇ କୌଣସି ଆକଳନ କରିନାହିଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଏଥିରେ ସ୍ପଷ୍ଟତା ଆସିପାରେ ।
Follow Us