କନକ ବ୍ୟୁରୋ : ଦେଶର ଚାଷୀଙ୍କ ପାଇଁ ଭଲ ଖବର । ଚଳିତ ବର୍ଷ ଦେଶରେ ସ୍ୱାଭାବିକ ବର୍ଷା ହେବ । ଦେଶରେ ଚଳିତବର୍ଷ ୯୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ହାରାହାରି ୮୭ ସେଂଟିମିଟର ବର୍ଷା ହେବ ବୋଲି ଆକଳନ କରଛି ଆଇଏମଡି । ଜୁନରୁ ସେପ୍ଟେମ୍ବର ମଧ୍ୟରେ ପ୍ରାୟ ୯୬ ପ୍ରତିଶତ ବର୍ଷା ହୋଇପାରେ । ଏହି ସମୟରେ ହାରାହାରି ୮୭ ସେମି ବର୍ଷା ହେବାର ସମ୍ଭାବନା ଓ ମୌସୁମୀ ରୁତୁରେ ଏଲ-ନିନୋର ସ୍ଥିତି ସୃଷ୍ଟି ହୋଇପାରେ । ବିଶେଷକରି ମୌସୁମୀ ଋତୁର ଦ୍ୱିତୀୟ ଭାଗରେ ଅନୁଭୂତ ହୋଇପାରେ ।ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ସ୍ୱାଭାବିକ ବର୍ଷା ନେଇ ଆଇଏମଡିର ଆକଳନ । ଉତ୍ତର ଭାରତ, ପଶ୍ଚିମ, କେନ୍ଦ୍ର ଓ ଉତ୍ତରପୂର୍ବାଞ୍ଚଳରେ ଏହା ଅନୁଭୂତ ହେବ । ପ୍ରଶାନ୍ତ ମହାସାଗରରେ ପାଣି ଉତପ୍ତ ହେବାକୁ ଏଲ-ନିନୋ ପ୍ରଭାବ କୁହାଯାଏ ।ଏହା ଯୋଗୁଁ ସାଧାରଣ ଭାବେ ଭାରତରେ ମୌସୁମୀ ପ୍ରବାହ ପ୍ରଭାବିତ ହୋଇଥାଏ, ଏନେଇ ଭାରତୀୟ ପାଣିପାଗ ବିଭାଗର ନିର୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସ୍ୱାଭାବିକ ବର୍ଷା ଯୋଗୁଁ ଏଥର ଭଲ ଫସଲ ହେବାର ଆକଳନ କରାଯାଉଛି । ଗତ ବର୍ଷ ଅତ୍ୟଧିକ ଖରା ଯୋଗୁଁ ଫସଲ ପ୍ରଭାବିତ ହୋଇଥିଲା ।

Advertisment